ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୧୧-୦୫-୨୦୨୧
ଗାଜା ଏୟାରଷ୍ଟ୍ରିପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ । ଫଳରେ ମୃତ୍ୟୁ ହୋଇଥିବା ପାଲେଷ୍ଟାଇନଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଏବଂ ଜଣେ ମହିଳା ଅଛନ୍ତି । ଗାଜ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଆଶରଫ ଅଲ କିଦରା ସୋମବାର ଏହି ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ଗାଜା ସ୍ବାସ୍ଥ୍ୟ ଅଧିକାରୀମାନେ ଏହି ଏୟାର ଷ୍ଟ୍ରାଇକରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଥିଲେ ।ଅଲ-କିଦରା କହିଛନ୍ତି, ଗାଜା ଏୟାରଷ୍ଟ୍ରିପ୍ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୨୦ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଥିବା ବେଳେ ଜଣେ ମହିଳା ସାମିଲ ଅଛନ୍ତି ।

ଏହି ଆକ୍ରମଣରେ ୬୫ ଜଣ ଆହତ ହୋଇଛନ୍ତି ।ଏହା ପୂର୍ବରୁ ଇସ୍ରାଏଲ ସେନା କହିଥିଲା ଯେ, ଇସ୍ରାଏଲ ବିରୋଧରେ ଗାଜା ଏୟାରଷ୍ଟ୍ରିପ୍ ରୁ ୧୦ରୁ ଅଧିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା । ସେନା କହିଛି ଯେ, ଏଗୁଡିକ ମଧ୍ୟରୁ ଅଧିକାଂଶ କ୍ଷେପଣାସ୍ତ୍ର ଖୋଲା ଅଞ୍ଚଳରେ ପଡିଛି କିମ୍ବା ଆଇରନ୍ ଡୋମେ ଏୟାର ଡିଫେନ୍ସ ପ୍ରଣାଳୀ ଦ୍ବାରା ରୋକି ଦିଆଯାଇଛି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
