୨୦୦୦ରେ ତାଙ୍କୁ ଆଇସିସିଆର ସଭ୍ୟ ଭାବେ ଭାରତ ସରକାର ମନୋନୀତ କରିଥିଲେ । ଦ୍ୱିତୀୟ କୋଣାର୍କ ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା କିନ୍ତୁ ଅଧୁରା ରହିଗଲା ।

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର
ତା-୦୯-୦୫-୨୦୨୧
କରୋନା ଲଢେ଼ଇରେ ହାରି ଯାଇଛନ୍ତି ପଦ୍ମ ବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର । କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । କିନ୍ତୁ ଆଜି ତାଙ୍କର ପରଲୋକ ହୋଇଯାଇଛି। ଏ ନେଇ ଏମସ ଡାକ୍ତରଖାନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।
କରୋନାରେ ଆକ୍ରାନ୍ତ ହୋଇ ସେ ଏମସରେ ଚିକିତ୍ସିତ ହେଉଥିଲେ । ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପୁଅଙ୍କୁ ଫୋନ କରି ଶ୍ରୀ ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଥିଲେ ।
ତାଙ୍କର ଦେହାନ୍ତରେ ମହାମହିମ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପ୍ରତାପ ଷଡଙ୍ଗୀ,ଓଡିଆ ଭାଷା ସଂସ୍କୃତି ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ, ନେତା ରାଜନେତା, ବୁଦ୍ଧିଜୀବୀ, ସମାଜସେବୀ ସମସ୍ତ ମହଲରୁ ଶ୍ରଦ୍ଧାଞ୍ଜଳି ଓ ଶୋକ ବ୍ୟକ୍ତ କରିବା ସହ ପରିବାରବର୍ଗ ଙ୍କୁ ସମବେଦନାର ସୁଅ ଛୁଟୁଛି।
୧୯୪୩ ମାର୍ଚ୍ଚ ୨୪ରେ ଶ୍ରୀ ମହାପାତ୍ର ଜନ୍ମଗ୍ରହଣ କରିଥିଲେ । ଜଣେ ବିଶିଷ୍ଟ ସ୍ଥପତି ଭାବେ ସେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିଲେ । ୧୯୭୫ରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୦୧ରେ ପଦ୍ମ ଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା । ୨୦୧୩ରେ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୦୦ରେ ତାଙ୍କୁ ଆଇସିସିଆର ସଭ୍ୟ ଭାବେ ଭାରତ ସରକାର ମନୋନୀତ କରିଥିଲେ । ଦ୍ୱିତୀୟ କୋଣାର୍କ ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା କିନ୍ତୁ ଅଧୁରା ରହିଗଲା ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।
ବିଜେଡ଼ି ସମର୍ଥନରେ ସେ ସ୍ୱାଧୀନ ଭାବେ ରାଜ୍ୟସଭା ସାଂସଦ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ଅଳ୍ପକେ ପରାଜୟବରଣ କରିଥିଲେ । ତେବେ ପରେ ତାଙ୍କୁ ରାଷ୍ଟ୍ରପତି ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିଲେ ।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia






