ସବୁଠାରୁ ବଡକଥା ହେଉଛି ତାଳୁଆ ବାଲିକୁଦା ଛକରେ ରାତିରେ ହୋମଗାର୍ଡ ଜଗୁଥିବା ବେଳେ ପୋଲିସ ପାଖରେ କିଭଳି ରହୁନି ଖବର? କୁହାଯାଉଛି ନଦୀବନ୍ଧ ରାସ୍ତା ନିଛାଟିଆ ଥିବା ହେତୁ ର୍ନିଦ୍ବନ୍ଦରେ ଗାଡିରେ କାରବାର ପାଇଁ ବିଶେଷ କିଛି ଅସୁବିଧା ହେଉନାହିଁ।


ଅଷ୍ଟିନ୍ ନ୍ୟୁଜ୍/ବାଲିଚନ୍ଦ୍ରପୁର
ତା-୧୦-୦୫-୨୦୨୧
ସାରା ଦେଶରେ କରୋନା ଆତଙ୍କିତ କରୁଥିବା ବେଳେ ରାଜ୍ଯରେ ଏବେ ଲକଡାଉନ ଜାରି ରହିଛି। ଏହି ତାଲାବନ୍ଦ ସମୟରେ ବେଧଡକ ଚାଲିଛି ମଦ କଳାବଜାରୀ। ବାଲିଚନ୍ଦ୍ରପୁର ଅଞ୍ଚଳରୁ ଧର୍ମଶାଳାକୁ ଚୋରା ଚାଲାଣ। ରାତ୍ରିର ଘନ ଅନ୍ଧକାରରେ ସୁଯୋଗ ଦେଖି ଚାଲୁଛି ବେଆଇନ ମଦ ଟ୍ରାନ୍ସପୋର୍ଟ। ଯାହା ସର୍ବସାଧାରଣରେ ଚର୍ଚ୍ଚା ହୁଏ ତାହାର ସତ୍ଯତା ଏବେ ଦେଖିବାକୁ ମିଳୁଛି।

ଏବେ ସାରା ରାଜ୍ୟରେ ଲକଡାଉନ ଜାରି ହୋଇଥିବା ବେଳେ, ବେଆଇନ ମଦ ବିକ୍ରିକୁ ଖୁଲମଖୁଲା ପ୍ରୋତ୍ସାହନ ଦିଆଯାଉଛି। ଏଭଳି ଘଟଣା ତାଳୁଆ-ସାଉଡିଆ ନଦୀ ବନ୍ଧ ଦେଇ ବଡବାଲିକୁଦା ଜନକ ରାସ୍ତାରେ କାରବାର ହେବାର ନଜର ଆସୁଛି।
ସବୁଠାରୁ ବଡକଥା ହେଉଛି ତାଳୁଆ ବାଲିକୁଦା ଛକରେ ରାତିରେ ହୋମଗାର୍ଡ ଜଗୁଥିବା ବେଳେ ପୋଲିସ ପାଖରେ କିଭଳି ରହୁନି ଖବର? କୁହାଯାଉଛି ନଦୀବନ୍ଧ ରାସ୍ତା ନିଛାଟିଆ ଥିବା ହେତୁ ର୍ନିଦ୍ବନ୍ଦରେ ଗାଡିରେ କାରବାର ପାଇଁ ବିଶେଷ କିଛି ଅସୁବିଧା ହେଉନାହିଁ।

ଏହି ନିକଟ ଅତୀତରେ ବାଲିଚନ୍ଦ୍ରପୁର ଥାନା ତରଫରୁ ଦିନ ସମୟରେ ପାଟ୍ରୋଲିଂ ବେଳେ ମଦ ଜବତ ହୋଇଥିବା ସୂଚନା ମିଳୁଛି। ଏହି ଲକଡାଉନ ସମୟରେ ମାତ୍ରଧିକ ସଂଖ୍ଯାରେ ମଦ କଳାବଜାରୀ କରାଯାଉଛି ବୋଲି ଖବର ଆସୁଛି।

ତେବେ ଏହି ଲକଡାଉନ ସମୟରେ ଏହାର ପ୍ରଭାବ ଛୋଟ ପିଲାମାନଙ୍କ ଉପରେ ପଡିବା ସହ ମହିଳା ମାନେ ମଦ୍ୟପଙ୍କ ରୋଷର ଶିକାର ହେବା ସହ ନିର୍ଯାତିତ ହେବାର ସମ୍ଭାବନା ରହୁଛି। ଏହି ଘଡିସନ୍ଧି ମୂୂୂହୁର୍ତ୍ତରେ ସରକାର ଓ ପ୍ରଶାସନ ଏହି ମଦ କଳାବଜାରୀ କୁ ରୋକୁଛନ୍ତି ନା ପ୍ରୋତ୍ସାହନ ଦେଉଛନ୍ତି ଦେଖିବାକୁ ବାକି ରହିଲା।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia

