କଟକ / ଅଷ୍ଟିନ୍ ନ୍ୟୁଜ

ତା – ୦୭-୦୫-୨୦୨୧
ଗତ ୩ ମେ’ ୨୦୨୧ ରେ ହେବାକୁ ଥିବା ଦଶମ ସମତୂଲ୍ୟ ସମସ୍ତ ପରିକ୍ଷା କୁ ବାତିଲ କରିଛନ୍ତି ସରକାର। ବରଂ ଏହି ଛାତ୍ରଛାତ୍ରୀଙ୍କର ମୂଲ୍ୟାଙ୍କନ କରିବାକୁ ଅନ୍ୟ ଏକ ବିକଳ୍ପ ବଛାଯାଇଛି। କରୋନା ର ସଙ୍ଗୀନ ପରିସ୍ଥିତି କୁ ଦୃଷ୍ଟିରେ ରଖି ଏଭଲି ପଦକ୍ଷେପ ନିଆଯାଇଛି।

ଏହି ପରିସ୍ଥିତିରେ ଯେପରି ସବୁ ପିଲା ନିରପେକ୍ଷ ଓ ବିନା କୌଣସି ପକ୍ଷପାତ ରେ ନିଜର ଫଳ ପାଇବେ ସେନେଇ ବୋର୍ଡ କୁ ଆହ୍ଵାନ ଦେଇଛନ୍ତି। ଯଦି କୌଣସି ଛାତ୍ରଛାତୀ ନିଜର ପରୀକ୍ଷା ଫଳା କୁ ନେଇ ଅସନ୍ତୁଷ୍ଟ ହୁଏ ତେବେ ପରିସ୍ଥିତି ସୁଧୁରିବ ପରେ ଆଉଥରେ ସେମାନେ ପରୀକ୍ଷା ଦେଇପାରିବେ।

ମୂଲ୍ୟ ନିର୍ଦ୍ଧାରିତ କରିବା ପ୍ରଣାଳୀ ନିର୍ଦ୍ଧିଷ୍ଟ ପରୀକ୍ଷା ପାଇଁ ଭିନ୍ନ ରହିବ। ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା, ସମସ୍ତ ଶିକ୍ଷା ଜିଲ୍ଲା ଅଧିକାରୀ, ମଣ୍ଡଳ ଶିକ୍ଷା ଅଧିକାରୀ, ଏବଂ ମେଣ୍ଟର ସ୍କୁଲ ର ପ୍ରଧାନଶିକ୍ଷକ ଙ୍କ ସହାୟତା ରେ ମାର୍କ ଅପଲୋଡ ପ୍ରକ୍ରିୟା ମେ’ ମାସ ୩୧ ତାରିଖ ସୁଦ୍ଧା ସାରିବାକୁ ଧାର୍ଯ୍ୟ କରାଯାଇଛି। ତାଦପରେ ନୂଆ କରି ମାର୍କ ଗୁଡିକର ଟାବୁଲେସନ୍ ପରିଷଦ ଦ୍ଵାରା କରାଯିବ ଏବଂ ରେଜଲ୍ଟ ପ୍ରୋସେସ୍ଇଂ କାର୍ଯ୍ୟ ଆରମ୍ଭ କରାଯିବ।
ସମସ୍ତ ଦିଗ ରୁ ନଜରରେ ରଖି ବୋର୍ଡ଼ ପ୍ରୋସେସିଂ କାମ ଶେଷ ହେଲା ପରେ ବିଧିବଦ୍ଧ ଭାବେ ଫଳା ପ୍ରକାଶ କରିବ। ତେବେ ଏହି ବିକଳ୍ପ ପଦ୍ଧତି ଏଗଯାମିନେସନ୍ କମିଟି ଦ୍ଵାରା ଅନୁମୋଦିତ ହୋଇଅଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
