News portal website
before header
[URIS id=5393]

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ-“୩୧୧ ପଞ୍ଚାୟତ ୪୮ ଘଣ୍ଟା ସଟଡାଉନ”-ଯାଜପୁର!

0 373

ଅଷ୍ଟିନ୍ ନ୍ୟୁଜ/ଯାଜପୁର

ତା-୩୦-୦୪-୨୦୨୧

ଆର ମାସ ଅର୍ଥାତ୍ ମେ ୧ ତାରିଖ ମଧ୍ଯ ରାତ୍ରରୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ୩୧୧ ଗୋଟି ପଞ୍ଚାୟତ ସଟଡାଉନ।ଏଭଳି ନିଷ୍ପତ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନେଇଛନ୍ତି।

ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର।

ସମ୍ଭାବ୍ୟ କରୋନା ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ କରୋନାର ଘଡିସନ୍ଧି ମୂହୁର୍ତ୍ତରେ, ଗତକାଲିର ରାଜ୍ୟର ୧୭ ଗୋଟି ଜିଲ୍ଲା ରେଡଜୋନ ତାଲିକାରେ ଯାଜପୁର ସାମିଲ ଥିଲା।

ଆସନ୍ତା ମେ ୩ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ଯର ସମସ୍ତ ବ୍ଯବସାୟିକ ପେଣ୍ଠସ୍ଥଳ, ଅପରାହ୍ନ ୨ଟା ପରେ ବନ୍ଦ ରଖିବା ପାଇଁ ରାଜ୍ଯ ବ୍ଯବସାୟ ସଂଘ ନିଷ୍ପତ୍ତି ନେଇଥିବା ବେଳେ।ଯାଜପୁର ଜିଲ୍ଲାପାଳ ଆଜି ଅପରାହ୍ନରେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ତେବେ ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଜନିତ ଗାଡି ପରିବହନ,ଡାକ୍ତରଖାନା,ଆମ୍ବୁଲାନସ,କମିସନରେଟ ପୋଲିସ ହୁଅନ୍ତୁ କିମ୍ବା ଜିଲ୍ଲା ପୋଲିସ ଦ୍ବାରା ଚିହ୍ନିତ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଅବାଧରେ କଟକଣା ମୁକ୍ତ ହୋଇ ନିଜ ନିଜର ଦାୟିତ୍ୱ ସମ୍ପାଦନ କରିପାରିବେ।

ଏହାସହ ଏଟିଏମ, ପେଟ୍ରୋଲ ପମ୍ପ, ଏଲପିଜି ଗ୍ଯାସ ଯୋଗାଣ, ଜଳ ଯୋଗାଣ, ବିଦ୍ଯୁତ ଯୋଗାଣ, ଭୂଷାମାଲ ସମ୍ବନ୍ଧୀୟ ସମସ୍ତ ଯାନବାହାନ ଚଳପ୍ରଚଳ ନିମନ୍ତେ ଅନୁମତି।

ଓଡିଶାରେ କରୋନାର ଗୋଷ୍ଠୀ ସଂକ୍ରମଣକୁ ହ୍ରାସ କରିବା ପାଇଁ, ଆଗକୁ ଆହୁରି ଅନେକ ଜିଲ୍ଲା ଗୁଡିକୁ ସଟଡାଉନ କରାଯାଇପାରେ
ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.