News portal website
before header
[URIS id=5393]

ଜଳୁଛି ସାରା ଓଡିଶା, ୨୯ ଯାଏଁ ତାତିରୁ ନିସ୍ତାର ନାହିଁ

0 210

ଅଷ୍ଟିନ୍ ନ୍ୟୂଜ୍ /ଭୁବନେଶ୍ୱର

27/04/2021

ସାରା ରାଜ୍ୟରେ ଭୀଷଣ ତାତି । କଲବଲ ସାରା ଓଡ଼ିଶା । ରାଜ୍ୟର ୧୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଉପରେ । ସେଥିରୁ ୬ ସହର ୪୨ ଡିଗ୍ରୀରୁ ଅଧୂକ ତାତିରେ ସିଝିଛି ସୋମବାର । ବୌଦ୍ଧରେ ସର୍ବାଧୂକ ତାପମାତ୍ରା ୪୩ ଡିଗ୍ରୀରେ ପହଞ୍ଚିଛି । ପାଣିପାଗ ପୂର୍ବାନୁମାନ ହେଲା, ଏଭଳି ସ୍ଥିତି ଆହୁରି ଦୁଇଦିନ ରହିବ । ତା’ ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ । ପାଣିପାଗ ବିଭାଗ କହିଛି, ମଙ୍ଗଳବାର ବି ତାତିରୁ ତ୍ରାହି ମିଳିବା ଆଶା କମ୍ । ରାଜ୍ୟ ତମାମ ଗ୍ରୀଷ୍ମ ପ୍ରକୋପ ଛଟପଟ କରିବ ।ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ରହିବ ତାପମାତ୍ରା । ବିଶେଷ କରି କଟକ, ଖୋର୍ଦ୍ଧା, ଢେଙ୍କାନାଳରେ ଗ୍ରୀଷ୍ମ ଲହରୀ ଯୋଗୁ ଅସ୍ବାଭାବିକ ସ୍ଥିତି ଅନୁଭୂତ ହେବ । ତେଣୁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ । ଏହି ସମୟରେ ଶିଶୁ, ବୟସ୍କ ଓ ରୋଗାକ୍ରାନ୍ତି ଲୋକେ ଘରୁ ପଦାକୁ ନଯିବା ଉଚିତ୍ । ଯେଉଁମାନେ ଏହି ପ୍ରଚଣ୍ଡ ଖରାରେ ପଦାକୁ ଯିବେ, ସେମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଜରୁରୀ ।

ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା କ୍ଷୀଣ । ଏହାପରେ ତାତି ସାମାନ୍ୟ କମିବ । ବର୍ତ୍ତମାନ ତୁଳନାରେ ପ୍ରାୟ ୨ ଡିଗ୍ରୀ ସେଲସିୟସ୍ କମିବା ସମ୍ଭାବନା ଅଛି । ମାତ୍ର ବଡ଼ଧରଣର ଆଶ୍ବସ୍ତି ସମ୍ଭାବନା କମ୍ । ତେଣୁ ଅନେକ ଜାଗାରେ ପାରଦ ୪୦ ଡିଗ୍ରୀ ପାଖାପାଖୁ ରହିପାରେ । ରବିବାର ଭଳି ସୋମବାର ପ୍ରଚଣ୍ଡ ଖରା ହୋଇଥିଲା । ସକାଳୁ ସକାଳୁ ଖରା ପ୍ରକୋପ ଦେଖାଇଥିଲା । ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘରୁ ପଦାକୁ ବାହାରିବା କଷ୍ଟକର ହୋଇପଡ଼ିଥିଲା । କୋଭିଡ୍ ସଙ୍କଟ ଚାଲିଥିବାବେଳେ ଅନେକ ଲୋକେ ଘରୁ ବାହାରିନଥିଲେ । ଭୀଷଣ ଗରମ ଯୋଗୁ ଘର ଭିତରେ ରହିବା ମଧ୍ୟ କଷ୍ଟକର ହୋଇଥିଲା । ବୌଦ୍ଧ ପରେ ସର୍ବାଧୂକ ତାତି ଅନୁଭୂତ ହୋଇଥିଲା ରାଜଧାନୀ ଭୁବନେଶ୍ବରରେ । ଭୁବନେଶ୍ବର ତାପମାତ୍ରା ୪୨.୫ ଡିଗ୍ରୀ ସେଲସିୟସ୍, ଅନୁଗୁଳ ୪୨.୧, ବଲାଙ୍ଗିର ୪୨.୨, ଟିଟିଲାଗଡ଼ ୪୨, ନୟାଗଡ଼ ୪୨ ଡିଗ୍ରୀ ତାତିରେ ସିଝିଥିଲା ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

ଆଭ୍ୟନ୍ତରୀଣରୁ ଉପକୂଳ ଯାଏଁ, ସାରା ଓଡ଼ିଶା ଗରମରେ ସିଝୁଛି । ବର୍ତ୍ତମାନ ପୂର୍ବ ବିହାରରୁ ଦକ୍ଷିଣ ତାମିଲନାଡୁ ପର୍ଯ୍ୟନ୍ତ ଟ୍ରଫଲାଇନ ଲମ୍ବିଛି, ଯାହା ଓଡ଼ିଶା ଉପର ଦେଇ ଯାଇଛି । ଉପକୂଳ ଆନ୍ଧ୍ର ଓ ପାଶ୍ବର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ବି ରହିଛି । ପାଣିପାଗ ବିଭାଗର ଆକଳନ ହେଲା, ଗୋଟିଏ ପଟେ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ପ୍ରତିଦିନ କିଛି କିଛି ଜାଗାରେ କାଳବୈଶାଖୀ ସମ୍ଭାବନା ଅଛି । ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବରରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ୨୮ରୁ କାଳବୈଶାଖୀ ବଢ଼ିପାରେ । ୩୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ କିଛି କିଛି ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ଅଛି । କାଳବୈଶାଖୀ ହେଲେ ସଂପୃକ୍ତ ଅଞ୍ଚଳରେ ତାତି ପ୍ରକୋପ କମିବ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.