ଅଷ୍ଟିନ୍ ନ୍ୟୁଜ୍/ଯାଜପୁର

ତା-୨୬-୦୪- ୨୦୨୧
“ଅଷ୍ଟିନ୍ ନ୍ୟୁଜ୍ ପ୍ରଭାବ”। “ସତ ହୋଇଥିଲେ ସାଂଘାତିକ ” ତଦନ୍ତ କରିବେକି ଯାଜପୁର ଜିଲ୍ଲାପାଳ? ଅଷ୍ଟିନ୍ ନ୍ୟୁଜ୍ ରେ ଖବର ହେବାର ଚବିଶଘଣ୍ଟା ମଧ୍ଯରେ ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ଦପ୍ତରରୁ ନିର୍ଦ୍ଦେଶ ଆସିଛି।
ଯାଜପୁର ଏଡିଏମ ମିହିର ପ୍ରସାଦ ମହାନ୍ତିଙ୍କ ତତ୍ତ୍ବାବଧାନରେ ଡବ୍ଲ୍ୟୁ ଏସ ଓ (WSO) ଟିମ ଆଜି ତଦନ୍ତ କରିବାକୁ ଆସିଥିଲେ। ରଇପୁର ଓ ସାଉଡିଆ ପଞ୍ଚାୟତ ପର୍ଯ୍ୟାୟକ୍ରମେ ତଦନ୍ତ କରିଛନ୍ତି।
ବହୁଚର୍ଚ୍ଚିତ ବଡଚଣା ଅଙ୍ଗନବାଡି ଛତୁଆ ଦୁର୍ନୀତି,ଅଭିଯୋଗରେ ତଦନ୍ତ ନିର୍ଦ୍ଦେଶ ଆସିଛି। ସିଡିପିଓ ଅଧିକାରିଣୀଙ୍କ, ସପ୍ଲାଇ ସଂସ୍ଥା ସହ ମଧୁଚନ୍ଦ୍ରିକାର ସନ୍ଦେହ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି। ବିଭିନ୍ନ ସମୟରେ ବଡଚଣା ବ୍ଲକ ଅଧିନରେ ଥିବା ୩୨୬ଟି ଅଙ୍ଗନବାଡି କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ଦିଆଯିବା ନେଇ ଅଭିଯୋଗ ଆସେ।
ବିଭିନ୍ନ ଗଣମାଧ୍ୟମର ଖବର ହେବା ପରେ ଅଧିକାରିଣୀ ଅଭିଯୋଗର ଖଣ୍ଡନ କରନ୍ତି
ଅଷ୍ଟିନ୍ ନ୍ୟୁଜ୍ ଏହା ଉପରେ ଏକ ଇନଭେଷ୍ଟିଗେଷନ ନ୍ଯୁଜ କରିବା ସହ, ଯାଜପୁର ଜିଲ୍ଲାପାଳ ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ନଜରକୁ ଆଣିଥିଲା। ତେବେ ଡବ୍ଲ୍ୟୁ ଏସ ଓ ଟିମ୍ ର ସ୍ମ୍ରୁତି ରେଖା ଓ ଅନ୍ଯଜଣ ଅଫିସର ଫିଲଡକୁ ଆସି ଇନକ୍ବାରି କରିଛନ୍ତି। ଏହାସହ ଆହୁରି ଦୁଇ ଦିନ ଧରି ଇନକ୍ବାରି ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।
ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଦୁର୍ନୀତିରେ ରାଜନେତାଙ୍କ ପର୍ସଣ୍ଟେଜ ରହୁଛି। ଖବର ହେବା ପରେ ସପ୍ଲାଇ ଏଜେନ୍ସିର ଜଣେ ବ୍ଯକ୍ତି ନିଜର ନାମ ଗୋପନ ରଖି ଅଷ୍ଟିନ୍ ନ୍ୟୁଜ୍ କୁ ସାଂଘାତିକ ବୟାନ ଦେଇଛନ୍ତି।କେବଳ ଛତୁଆ ନୁହଁ, ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ବଣ୍ଟନରେ ବଣ୍ଟନକାରୀ ସଂସ୍ଥା ଆର୍ଥିକ ପର୍ସଣ୍ଟେଜ ବଡଚଣା ବିଧାୟକଙ୍କୁ ଦେବା ଧାର୍ଯ୍ୟ ହୋଇଛି ବୋଲି କହିଛନ୍ତି।
ଯାଜପୁରରେ ନଗଡା ଶିଶୁ ଅପପୃଷ୍ଟି ଭଳି ଆଉ କେତେ ସ୍ଥାନରେ ଏମିତି ଦେଖା ନ ଯିବ ତାହାର କଳ୍ପନା କରିବା ବର୍ତ୍ତମାନ ଅସମ୍ଭବ। ତଦନ୍ତ ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ କ’ଣ ନେଉଛନ୍ତି ବଡଚଣା ବାସୀଙ୍କ ଦେଖିବାକୁ ବାକି ରହିଲା।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia








