ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର

ତା-୨୭-୦୪-୨୦୨୧
ଶ୍ମଶାନର ପୂର୍ବ ରେକର୍ଡ କହୁଛି, ଗତବର୍ଷ ମାର୍ଚ୍ଚ ଶେଷ ବେଳକୁ ସାରା ରାଜଧାନୀରେ କୋଭିଡ୍ର ପ୍ରଥମ ଲହର ଖେଳିଥିଲା । ୨୦୨୦ ଏପ୍ରିଲ୍ରୁ ଜୁଲାଇ ଶେଷ ସୁଦ୍ଧା ପ୍ରାୟ ୧୮୬ ଜଣ କୋଭିଡ୍ ରୋଗୀଙ୍କ ଶବସତ୍କାର ହୋଇଥିଲା । ପ୍ରଥମ ଲହରର ପ୍ରଥମ ୪ ମାସ ତୁଳନାରେ ଏଥରର ଏପ୍ରିଲ ମାସରେ ଅଧିକ ଜୁଇ ଜଳିଳାଣି ।
Austin News AustinNews
ବର୍ଷ ପହିଲାରୁ ଏଯାଏଁ ପ୍ରାୟ ଅଢ଼େଇ ଶହରୁ ଅଧିକ କୋଭିଡ୍ ପଜିଟିଭ୍ ଓ ସନ୍ଦିଗ୍ଧଙ୍କ ଶବଦାହ ସରିଛି । ଏପ୍ରିଲ୍ ମାସରେ ଏଯାବତ୍ ୧୯୦ ଜଣଙ୍କ ଜୁଇ ଜଳିଲାଣି । କରୋନା ପ୍ରଥମ ଲହର ପ୍ରାରମ୍ଭର ୪ ମାସରେ ଯେତିକି ଶବଦାହ ହୋଇଥିଲା, ଏପ୍ରିଲ୍ ମାସର ସଂଖ୍ୟା ତାକୁ ଟପିଗଲାଣି । ସତ୍ୟନଗର ଶ୍ମଶାନର ଏହି ତଥ୍ୟ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି ।

ଏପ୍ରିଲ ମାସ ପହିଲାରୁ ମଶାଣି ଏକରକମ ଅଣନିଶ୍ୱାସୀ ହୋଇପଡି଼ଲାଣି । ପୂର୍ବବର୍ଷ କରୋନାର କରାଳ ଚିତ୍ର ଚଳିତ ମାସରୁ ସାମ୍ନାକୁ ଆସିଲାଣି । ଶ୍ମଶାନରେ ଅହରହ ଜୁଇ ଜଳୁଛି । ସମ୍ପର୍କୀୟଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ମଶାଣିରେ ଗୋଟିଏ ସତ୍କାର ନ ସରୁଣୁ, ଶହଦାହ ପାଇଁ ଆଉ ୨ଟି ଆମ୍ବୁଲାନ୍ସ ପହଞ୍ଚି ଯାଉଛି । ଅଚାନକ୍ ଏମିତି ମୃତ୍ୟୁ ସଂଖ୍ୟା ବଢ଼ିଯିବା, କରୋନା ଦ୍ୱିତୀୟ ଲହରର ଭୟାବହତାକୁ ଦର୍ଶାଉଛି ।

ସୂଚନା ଥାଉ କି, ବିଏମ୍ସି ଛଡ଼ା ଆଖପାଖ ଜିଲ୍ଲାଗୁଡି଼କରୁ ମଧ୍ୟ କୋଭିଡ୍ ରୋଗୀଙ୍କ ମୃତଦେହ ଏହି ଶ୍ମଶାନକୁ ଆସୁଛି । କୋଭିଡ୍ ପ୍ରୋଟୋକଲ ଅନୁସାରେ ଶବ ସତ୍କାର ପାଇଁ ସୁବିଧା ନଥିବା ଜିଲ୍ଲାରୁ ମଧ୍ୟ ମୃତଦେହ ଏଠାକୁ ଅଣାଯାଉଛି । ଏହାଛଡ଼ା କରୋନା ଲକ୍ଷଣ ଥିବା ସନ୍ଦିଗ୍ଧମାନଙ୍କର ମଧ୍ୟ ଏଠାରେ ଶବସତ୍କାର ହେଉଛି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
