News portal website
before header
[URIS id=5393]

ମୂଷାଟିକିରୀ ନାବାଳିକା ଘଟଣା;ପୋକ୍ସ ଆକ୍ଟରେ ଅଭିଯୁକ୍ତ କୋର୍ଟ ଚାଲାଣ।

0 548
ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650Ormail-id- [email protected]
Notice

ତା-୧୮-୦୪-୨୦୨୧

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର

ଦିନକୁ ଦିନ ଅଶାନ୍ତ ହେଉଛି ବାଲିଚନ୍ଦ୍ରପୁର ଥାନା ଅଧୀନରେ ଥିବା ପଞ୍ଚାୟତ। ଲୋକଙ୍କ ମନରୁ ଭରତପୁର ପୋଲିସ ଗାଡି ପୋଡି ଘଟଣା ମନରୁ ନ ଯାଉଣୁ, ଏହି ଥାନା ଅଧୀନରେ ଥିବା ସାଉଡିଆ ପଞ୍ଚାୟତ ମୂଷାଟିକିରୀ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା।

ଏହି ଗ୍ରାମର ଜୈନିକ ବ୍ଯକ୍ତି ଜିତେନ୍ଦ୍ର ଦାସ, ଗ୍ରାମର ଏକ ନାବାଳିକା ସହ ଅସଦାଚରଣ କରୁଥିବା ସମୟରେ, ନାବାଳିକାର, ପରିବାର ଲୋକେ ଦେଖିବା ସହ, ଆଖୁ ବିଲରେ ଜିତେନ୍ଦ୍ରକୁ କାବୁ କରିଥିଲେ। ପରିବାର ଲୋକେ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେଲା ପରେ, ଏତଲା ନମ୍ବର ୧୧୭/୨୧ ରେ ମାମଲା ରୁଜୁ କରି, ପୋକ୍ସ ଆକ୍ଟ ଲଗାଇ, କୋଭିଡ ପରୀକ୍ଷା କରି, ଜିତେନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

ତେବେ ଏଭଳି ଅସାମାଜିକ ବ୍ୟକ୍ତି ବିରୁଦ୍ଧରେ ନ୍ଯାୟିକ ପଦ୍ଧତିକୁ ତ୍ବରାନ୍ବିତ କରିବା ପାଇଁ ସାଧାରଣରେ ଦାବି ଉଠିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜ୍ କୁ ଲାଇକ କମେଣ୍ଟ ସେୟାର କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.