ତା-୧୮-୦୪-୨୦୨୧

ଅଷ୍ଟିନ ନ୍ଯୁଜ/ ଯାଜପୁର
ବ୍ରାଉନ ସୁଗାର ନିଶାରେ କବଳିତ ହୋଇ ଗଲେଣି ଯାଜପୁର ଜିଲ୍ଲାର ବହୁ ଯୁବପୀଢି !ଆଜି ଯାଜପୁର ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା,ଚଣ୍ଡିଖୋଲ ଗାନ୍ଧୀଛକ ନିକଟରୁ ଜଣେ ଯୁବକ ପାଖରୁ,ବହୁ ପରିମାଣର ବ୍ରାଉନ ସୁଗାର ପ୍ୟାକେଟ ଜବତ କରାଯିବା ସହ ତାକୁ ଅଟକ ରଖି ଅଧିକ ତଦନ୍ତ କରାଯାଉଛି ।
ବଡ଼ଚଣା ଥାନା ଅନ୍ତର୍ଗତ ବେଣାପୁର ଅଞ୍ଚଳର ଏହି ଯୁବକ ଜଣକ ଅଟେ।ବ୍ରାଉନ ସୁଗାର କାରବାର କରୁଥିବା ନେଇ ଅବକାରୀ ବିଭାଗ ଅଧିକାରୀ ମାନେ ଜାଣିବାକୁ ପାଇଥିଲେ। ଆଜି ତାକୁ ପିଛା କରି ଗାନ୍ଧୀ ଛକ ନିକଟରେ ଧରିଥିଲେ। ତା ନିକଟରୁ ଏକ ପଲିଥିନ ବ୍ୟାଗରେ ଥିବା କିଛି ବ୍ରାଉନ ସୁଗାର ପ୍ୟାକେଟକୁ ଜବତ କରିଥିଲେ । ସେ ବ୍ରାଉନ ସୁଗାର ଆଣି ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ବିକ୍ରି କରୁଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ।

ଅବକାରୀ ବିଭାଗ ଧରିଥିବା ଯୁବକ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜିଲ୍ଲାରେ ୧୦/୧୨ ଜଣ ଯୁବକ ବାଇକ୍ ଯୋଗେ ବୁଲିବୁଲି ବ୍ରାଉନ ସୁଗାର ବେପାର କରନ୍ତି। ନିଶାରେ କବଳିତ ହୋଇ ପଡ଼ିଥିବା କିଛି ଯୁବକଙ୍କ ନିକଟରେ ନିୟମିତ ପହଞ୍ଚାଇବା ସହିତ, ପ୍ରତ୍ୟହ କିଛି ନୂଆ ନୂଆ ଗ୍ରାହକଙ୍କୁ ସଂଗ୍ରହ କରିଥାନ୍ତି। ଏମାନଙ୍କ ଟାର୍ଗେଟରେ କଲେଜ ପଢୁଆ ଯୁବକ।

ସେହି ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ସେମାନେ ସକାଳୁ ସକାଳୁ ଯାଇ କୁଆଡ଼େ ବ୍ୟାସନଗର, ନରସିଂହ ଚୌଧୁରୀ, ତାରିଣୀ, ବାବା ଭୈରବାନନ୍ଦ, ଧର୍ମଶାଳା ଓ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ସାମ୍ନାରେ ଅପେକ୍ଷା କରି ଗ୍ରାହକ ସାଜିଥିବା ଛାତ୍ରଙ୍କୁ ଚତୁରତାର ସହ ବ୍ରାଉନ ସୁଗାର ପୁଡ଼ିଆ ଯୋଗାଇ ଦିଅନ୍ତି।
ଏମିତିକି କେବେ କେବେ ସେମାନଙ୍କ ମଧ୍ୟରୁ କିଛି ବେପାରୀ କଲେଜ୍ କ୍ୟାମ୍ପସ ଭିତରକୁ ଯାଇ ମାଲ୍ ପହଞ୍ଚାଇ ଦେଇ ଆସିବାକୁ ପଛାଉ ନାହାନ୍ତି ! ଆଉ ଥରେ ଏହି ନିଶାରେ କବଳିତ ହୋଇ ପଡୁଥିବା ଯୁବଛାତ୍ର ମାନେ ପରଦିନ ନିର୍ଦ୍ଦିଷ୍ଟ ସମୟରେ ସେବନ କରିବାକୁ କୁଆଡ଼େ ପାଗଳ ପ୍ରାୟ ହୋଇ ଯାଉଛନ୍ତି !
ଏକ କଲେଜର ଜନୈକ ଅଧ୍ୟାପକ ସ୍ବୀକାର କରିଛନ୍ତି , ହଁ ଆମେ ବି ଏ ସମ୍ପର୍କରେ ଆଭାସ ପାଇଛୁ । କଲେଜ୍ କ୍ୟାମ୍ପସ ଭିତରକୁ ତ ଅନେକ ସମୟରେ କୌଣସି ନା କୌଣସି ଛାତ୍ରଛାତ୍ରୀଙ୍କ ଅବିଭାବକ ମଧ୍ୟ ଆସିଥାନ୍ତି, ହେଲେ ଆମେ ଯେତେବେଳେ ଆଖିରେ କେବେ ତାହା ଦେଖିନୁ ତ କେମିତି କାହାକୁ ସନ୍ଦେହ କରି ଆକଟ କରି ପାରିବୁ ବୋଲି ପ୍ରଶ୍ନ କରିଛନ୍ତି ?

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ଆଉ ଗୋଟିଏ କଲେଜର ଅଧ୍ୟକ୍ଷ କହିଛନ୍ତି ଯେ କିଛି ଦିନ ତଳେ ଆମେ ଏମିତି ଖବର ପାଇବା ପରେ ସେତେବେଳେ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଜଣାଇ ଦେଇଥିଲୁ ! ସେ ମଧ୍ୟ ଏଠାକୁ ଆସି କିଛି ସନ୍ଦିଗ୍ଧ ଯୁବକଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରିବା ସହ କଲେଜ୍ ନିକଟକୁ ଆଉ ନ ଆସିବା ପାଇଁ ତାଗିଦ୍ କରି ଛାଡିଥିଲେ ।କଲେଜ୍ ସମୟରେ ନିୟମିତ ପୋଲିସ୍ ପାଟ୍ରୋଲିଂ କରାଯିବା ଯୋଗୁଁ କିଛି ଦିନ ଧରି ଆଉ ସେହି ଯୁବକ ମାନଙ୍କୁ କଲେଜ୍ ଆଖପାଖରେ ଦେଖିବାକୁ ମିଳି ନ ଥିଲା । କିନ୍ତୁ ସେହି ଅଧିକାରୀ ଜଣକ ଏଠାରୁ ବଦଳି ହୋଇ ଅନ୍ୟତ୍ର ଚାଲିଯିବା ପରେ ପୁନର୍ବାର ସେହି ଯୁବକ ମାନେ କଲେଜ୍ ନିକଟରେ ଆସି ପଇଁତରା ମାରିବା ପରିଲକ୍ଷିତ ହୋଇ ଆସୁଛି ।

ସ୍ଥାନୀୟ ପୋଲିସ ପକ୍ଷରୁ କଲେଜ୍ ନିକଟରେ ମଝିରେ ମଝିରେ ପାଟ୍ରୋଲିଂ କରାଗଲେ ହୁଏତ ସେମାନେ ଟିକେ ଭୟ ପାଇ ଏଠାକୁ ଆସନ୍ତେ ନାହିଁ ବୋଲି ସେ ମତ ଦେଇଛନ୍ତି । କେବଳ କଲେଜ୍ କ୍ୟାମ୍ପସ ନୁହେଁ ଜିଲ୍ଲାର ବିଭିନ୍ନ ବଜାରରେ ମଧ୍ୟ ଏହି ନିଶାରେ କବଳିତ କିଛି ଯୁବକଙ୍କୁ ନିୟମିତ ଯୋଗାଣ ହୋଇ ଆସୁଥିବା କୁହା ଯାଉଛି !
କିଛି ବର୍ଷ ପୂର୍ବେ ଛତିଆ ଅଞ୍ଚଳ ବ୍ରାଉନ ସୁଗାର ବେପାରର ଗୋଟିଏ ହବ୍ ପାଲଟି ଯାଇଥିଲା ! ଏବେ କିନ୍ତୁ ବାଲେଶ୍ଵର ଜିଲ୍ଲାରୁ ଆଣି କିଛି ଲୋକ ଛତିଆ ସମେତ ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର, ଜାରକା, କୁଆଖିଆ, ଡୁବୁରୀ, ପାଣିକୋଇଲି, ଯାଜପୁର ରୋଡ଼ ଓ ଯାଜପୁର ଟାଉନ୍ ଅଞ୍ଚଳର କିଛି ଖୁଚୁରା ବେପାରୀଙ୍କୁ ଯୋଗାଇ ଦେଉଛନ୍ତି !

ଏମାନେ ତାହାକୁ ଛୋଟ ଛୋଟ ପୁଡ଼ିଆ କରି ଫେରିବାଲା ପରି ବାଇକରେ ବୁଲିବୁଲି ଗ୍ରାହକଙ୍କ ନିକଟରେ ପହଞ୍ଚାଇ ଦେଇ ଆସୁଛନ୍ତି । ଏକଥା ଯଦି ସତ ହୋଇଥାଏ, ତେବେ ଅବକାରୀ ବିଭାଗ ଆଜି ଅଟକ ରଖିଥିବା ଯୁବକ ଠାରୁ କଥା ଆଦାୟ କରି ଏହି ଜହର କାରବାରର ଚେର ଓ ନେଟୱାର୍କର ସନ୍ଧାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। !ଅବକାରୀ ଗୁଇନ୍ଦା ବିଭାଗ ଏଥିନେଇ ସେତେ ସତର୍କ ନ ଥିବା ଯୋଗୁଁ ହିଁ ଜିଲ୍ଲାରେ ଏବେ ଏହି ଜହର ବେପାର କାୟା ବିସ୍ତାର କରି ଯୁବପିଢିଙ୍କୁ କବଳିତ କରି ଚାଲିଥିବା ଏଥିରୁ ସ୍ପଷ୍ଟ ବୁଝା ପଡୁଛି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମର ପେଜ୍ କୁ ଲାଇକ କମେଣ୍ଟ ସେୟାର କରନ୍ତୁ ।
http://www.austinnews.in

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।
http://facebook.com/AustinNewsMedia
https://www.youtube.com/AustinNewsMedia
