ତା-୦୫-୦୪-୨୦୨୧

ଯାଜପୁର/ଅଷ୍ଟିନ ନ୍ଯୁଜ
ବହୁ ଚର୍ଚ୍ଚିତ ଭରତପୁର ପଞ୍ଚାୟତ ପଣସୁଧା ଗ୍ରାମରେ,ପୋଲିସ ଭ୍ଯାନ ପୋଡି ଘଟଣାରେ ଅନ୍ଯତମ ଅଭିଯୁକ୍ତ କୁହାଯାଉଥିବା,ଭରତପୁର ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ବସନ୍ତରାଜ ସାମଲ କୁ ବଡଚଣା ବ୍ଲକ ଶିକ୍ଷାଧିକାରୀଙ୍କ ତଦନ୍ତ କ୍ରମେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ସସପେଣ୍ଡ କରିଛନ୍ତି।
ଏନେଇ ଆଜି ସରକାରୀ ଚିଠି ଜାରି କରାଯାଇଛି।ଚିଠି ନମ୍ବର ୭୧୬ରେ ୧୯୬୨ ଆଇନ ଅନୁଯାୟୀ ସରକାରୀ ଚାକିରୀ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସସପେଣ୍ଡ କରାଯାଇଛି। ତା-୨୨-୦୩-୨୦୨୧ରିଖ ବାଲିଚନ୍ଦ୍ରପୁର ଥାନାର କେସ ନଂ ୪୬୩ରେ ବସନ୍ତରାଜ ସାମଲଙ୍କ ନାମରେ ଏତଲା ଥିବା ଦର୍ଶାଇ ସସପେଣ୍ଡ କରାଯାଇଛି।
ତେବେ ପିସିଆର ପୋଡି ଘଟଣାରେ ପୋଲିସ ସବ-ଇନ୍ସପେକ୍ଟର ମନୋଜ କୁମାର ପଣ୍ଡାଙ୍କ ନିଲମ୍ବନ ପରେ, ଆଜି ବସନ୍ତରାଜ ସାମଲ ନିଲମ୍ବନ ନିର୍ଦ୍ଦେଶ ଜାରି ହୋଇଛି। ଏଯାବତ୍ ପୋଲିସ ବସନ୍ତରାଜ କୁ ଗିରଫ ନ କରିବା , ସାଧାରଣରେ ସନ୍ଦେହ ଘନୀଭୁତ ହେଉଛି।

ଜଣେ ସାଧାରଣ ଶିକ୍ଷକ କିଭଳି ଆଇନର ବିଚକ୍ଷଣ ବୁଦ୍ଧିରେ ପୋଲିସକୁ ଚ୍ୟାଲେଞ୍ଜ କରି ଖେଳିପାରେ ଯାହାର ନମୁନା ବସନ୍ତରାଜ କ୍ଷେତ୍ରରେ ଘଟିଛି।ପୋଲିସ ସୁରକ୍ଷା ଦେବ ନା ନିଜ ସୁରକ୍ଷିତ ରହିବ ତାହା ମଧ୍ଯ ଜନତା ଜନାର୍ଦ୍ଧନର ପ୍ରଶ୍ନ?
ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜ୍ କୁ ଲାଇକ କମେଣ୍ଟ ସେୟାର କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia


