News portal website
before header
[URIS id=5393]

“NCSUY” ପ୍ରୋଜେକ୍ଟ ଶେଷ ପାଇଁ ନବୀନଙ୍କୁ ଚିଠି ଲେଖିଲେ;ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର।

0 563

ତା-୦୪-୦୪-୨୦୨୧

Notice

ଭୁବନେଶ୍ୱର/ଅଷ୍ଟିନନ୍ୟୁଜ

ପ୍ରଥମ ମୁଖ୍ୟମନ୍ତ୍ରୀ ବଡ଼ଚଣା ର ପ୍ରଥମ ବିଧାୟକ ନବକୃଷ୍ଣ ଚୌଧୁରୀ ଓ ସଂଗ୍ରାମୀ ଗୋପବନ୍ଧୁଙ୍କ କର୍ମସ୍ଥଳକୁ ଉପେକ୍ଷା ନକରିବା ପାଇଁ ଓ ବିରୂପା – ଗେଙ୍ଗୁଟି ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଓ କେଲୁଅ – ବିରୂପା – ବ୍ରାହ୍ମଣୀ ଦ୍ୱୀପାଞ୍ଚଳ ପ୍ରକଳ୍ପ ଦୁଇଟି ବନ୍ୟା ନିୟନ୍ତ୍ରଣ ଓ ସ୍ଥାୟୀ ଜଳସେଚନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର ଲେଖିଲେ ସୀତାକାନ୍ତ ମହାପାତ୍ର।

ନବକୃଷ୍ଣ ଚୌଧୁରୀଙ୍କ ନାମରେ ନାମିତ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା(NCSUY) ଯୋଜନାଭୁକ୍ତ ଦୁଇଟି ବ୍ରୁହତ ଓ ଅତ୍ୟାବଶ୍ୟକ ପ୍ରକଳ୍ପ କାର୍ଯ୍ଯକାରୀ ନିମନ୍ତେ ମଞ୍ଜୁରି ମିଳିଥିଲେ ମଧ୍ଯ, ଅଦ୍ଯାବଧି ସମ୍ପୂର୍ଣ୍ଣ ହୋଇନଥିବା ଦର୍ଶାଇ ବଡଚଣାର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି।

ବିରୂପା-ଗେଙ୍ଗୁଟି ଦ୍ବୀପାଞ୍ଚଳ ଜଳସେଚନ ପ୍ରକଳ୍ପ, ଦୁଇଟି ବନ୍ୟା ନିୟନ୍ତ୍ରଣ ଓ ସ୍ଥାୟୀ ଜଳସେଚନ ବ୍ଯବସ୍ଥା କରିବା ନିମନ୍ତେ ଏହି ଯୋଜନାରେ ସରକାରୀ ମଞ୍ଜୁରୀ ମିଳିବା ସହିତ ଅବିଭକ୍ତ କଟକ ଜିଲ୍ଲାର ବଡଚଣା ବରୀ ଓ ମାହାଙ୍ଗା ବ୍ଲକକୁ ସେବା ଯୋଗାଇ ଦେବ ବୋଲି ଯୋଜନା କରାଯାଇଥିଲା।

ଏନେଇ ବିଧାନସଭାରେ ସରକାର ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ଉତ୍ତର ଦେଇଛନ୍ତି। ଉଚ୍ଚପଦସ୍ଥ ଅଧିକାରୀ ମାନେ ଏହି ପ୍ରକଳ୍ପ ଦୁଇଟିର ପୂର୍ଣ୍ଣାଙ୍ଗୀକରଣ ପାଇଁ ଜଳସେଚନ ବିଭାଗକୁ ମଧ୍ଯ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ଯମନ୍ତ୍ରୀ ପ୍ରକଳ୍ପ ଗୁଡିକର ଆଶିଂକ ଅଂଶର ପୂର୍ଣ୍ଣାଙ୍ଗପାଇଁ ସମୟ ବିଶେଷରେ ଶିଳାନ୍ୟାସ ମଧ୍ଯ କରିଥିବା ନଜିର ରହିଛି।

ମାତ୍ର ଦୀର୍ଘ ଦିନର ମଞ୍ଜୁରୀ ପ୍ରାପ୍ତ ଏହି ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନଥିବା ରୁ ସ୍ବୟଂ ମୁଖ୍ଯମନ୍ତ୍ରୀ ନିଜେ ଏହି ପ୍ରକଳ୍ପରେ ହସ୍ତକ୍ଷେପ କରି ପ୍ରକଳ୍ପକୁ ଶେଷ କରିବା ପାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି।ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜ୍ କୁ ଲାଇକ କମେଣ୍ଟ ସେୟାର କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.