ତା-୦୪-୦୪-୨୦୨୧

ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ୍
ବାଚସ୍ପତି ଗୃହ ପରିଚାଳନାରେ ସମ୍ପୃର୍ଣ୍ଣ ପକ୍ଷପାତିତା କରୁଛନ୍ତି । ବିଧାନସଭାରେ କୌଣସି ବିଲ ପାସ କରିବା ବେଳେ ବିରୋଧୀଙ୍କୁ କହିବାକୁ ଦିଆଯିବ ନାହିଁ ଏହା ବାଚସ୍ପତିଙ୍କର କିପରି ଭାବେ ନିରପକ୍ଷତା ? ଗଣତନ୍ତ୍ରରେ ବିରୋଧୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆନଯିବା ଏକ ବିଲକ୍ଷଣ ।
ବାଚସ୍ପତି ଶାସକ ବିଜୁ ଜନତ ଦଳର କର୍ମୀ ଭଳି ଯଦି ଗୃହରେ ଆଚ୍ଚରଣ କରିବେ ତାହେଲେ ଆମର ବିରୋଧ ଜାରି ରହିବ । ବିଧାନସଭା ହେଉଛି ଗଣତନ୍ତ୍ରର ପବିତ୍ର ଗୃହ । ହେଲେ ବାଚସ୍ପତି ଯେଭଳି ଶାସକ ଦଳର କର୍ମୀ ଭଳି ଆଚ୍ଚରଣ କରୁଛନ୍ତି ଏହା ଗୃହର ପବିତ୍ରତାକୁ ନଷ୍ଟ କରୁଛି । ଗୃହର ମର୍ଯ୍ୟାଦାକୁ ବାଚସ୍ପତି ନଷ୍ଟ କରୁଛନ୍ତି । ବାଚସ୍ପତି ସମ୍ବିଧାନର ନୀତି ନିୟମର ଉପରେ ନୁହନ୍ତି ।
ଆମକୁ କହିବାକୁ ଦିଆଗଲା ନାହିଁ, ସେଥିପାଇଁ ଆମେ ପ୍ରତିବାଦ କରିଲୁ ।ଏହାପରେ ଆମର ବିଧାୟକମାନଙ୍କୁ ନିଲମ୍ବନ କରି ବାଚସ୍ପତି ଆମକୁ ଡରାଇବା ପାଇଁ ପ୍ରୟାସ କରିବେ, ଏହା ନିନ୍ଦନୀୟ । ସାରା ରାତି ଆମେ ଗାନ୍ଧୀ ପ୍ରତିମୂର୍ତୀ ତଳେ ଧାରଣ ଦେଇ ପ୍ରତିବାଦ କଲୁ । ଗୃହ ବାହାରେ ଆମର ପ୍ରତିବାଦ ଜାରି ରହିବ । ଆଜି ଦଳୀୟ କାର୍ଯ୍ୟାଳୟରେ ଆମେ ସାମ୍ବାଦିକ ସମ୍ମିଳନିରେ ଆମର କଥା ରଖିବୁ ମତବ୍ୟକ୍ତ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।
ଅଧିକ ଖବର ଜାଣିବା ପାଇଁ ଆମ୍ଭର ଏହି ପେଜ କୁ ଲାଇକ କମେଣ୍ଟ ସେୟାର କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia


