ତା-୦୩-୦୪-୨୦୨୧

ଭୁବନେଶ୍ୱର/ଅଷ୍ଟିନ୍ ନ୍ୟୁଜ୍
ଦିନକୁ ଦିନ ଭାରତରେ କରୋନାର ଦ୍ବିତୀୟ ଷ୍ଟ୍ରେନ, ଭୟଙ୍କର ହେବାରେ ଲାଗୁଛି, ସଂକ୍ରମଣ ମଧ୍ଯ ବଢୁଛି। ତେବେ ଏଥିରୁ ବାଦ ପଡିନି ଓଡିଶା।
ଓଡିଶାର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି।ବିଶେଷ କରି ବାହାର ରାଜ୍ୟରୁ ଆସୁଥିବା ବ୍ଯକ୍ତି ବିଶେଷଙ୍କ ଠାରେ ଏଭଳି ସଂକ୍ରମଣ ହେବାରେ ନଜର ଆସୁଛି।
ଗତକାଲି ବିମାନବନ୍ଦର ରୁ ଦଶ ବ୍ୟକ୍ତି କରୋନା ସଂକ୍ରମଣ ଚିହ୍ନଟ ପରେ। ଆଜି ରାଜ୍ଯ ସରକାରଙ୍କ ତରଫରୁ ଓଡିଶାର ଦଶଟି ଜିଲ୍ଲା ତଥା, ସମ୍ବଲପୁର, ଝାରସୁଗୁଡା, ମାଲକାନଗିରି, ସୁନ୍ଦରଗଡ଼, ବରଗଡ଼, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ରାତ୍ରି କାଳୀନ କର୍ଫ୍ୟୁ ଜାରି କରାଯାଇଛି।ଆସନ୍ତା ୫ ତାରିଖ ରାତ୍ରି ରୁ କଡାକଡି ଲାଗୁ ପାଇଁ ଜିଲ୍ଲାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି।
ତେବେ ଏହି ରାତ୍ରି କାଳୀନ କର୍ଫ୍ୟୁ ସମୟରେ ଏହି ସବୁ ଜିଲ୍ଲା ଗୁଡିକରେ,ଅତ୍ୟାବଶ୍ୟକୟ ସାମଗ୍ରୀ,ଏହି ସମ୍ବନ୍ଧୀତ ସମସ୍ତ ପରିବହନ ଗାଡି ଗୁଡିକ ଯାତାୟାତ କରିବା ପାଇଁ ଅନୁମତି ମିଳିଛି।
ଅଧିକ ଖବର ଜାଣିବା ପାଇଁ ଆମ୍ଭର ଏହି ପେଜ୍ କୁ ଲାଇକ, କମେଣ୍ଟ,ସେୟାର କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia


