News portal website
before header
[URIS id=5393]

ରାଜ୍ୟରେ ଖୋଲିବ ୧୫୭୬ ନୂଆ ଅଙ୍ଗନବାଡି । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ଟୁକୁନି ସାହୁ ।

0 480

ତା-୨୭-୦୩-୨୦୨୧

Notice

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର

ନୂଆ ଅଙ୍ଗନବାଡି ନେଇ ମନ୍ତ୍ରୀଙ୍କ ଉତ୍ତର । ରାଜ୍ୟରେ ୬୨ ହଜାର ୧୭୧ ଟି ଅଙ୍ଗନବାଡି ଅଛି । ମିନି ଅଙ୍ଗନବାଡି ୧୦୪୧୬ ରହିଛି । ୭୮୪୪ ନୂଆ ଅଙ୍ଗନବାଡି ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ପୁନଃ ତର୍ଜମା କରି ପ୍ରସ୍ତାବ ଦେବା ପାଇଁ କହି ଆମ ପ୍ରସ୍ତାବ ଫେରାଇ ଦେଇଛନ୍ତି । ଜନଜାତି ଓ ଅପପୃଷ୍ଟି ଦେଖା ଯାଉଥିବା ଅଞ୍ଚଳରେ ବର୍ତ୍ତମାନ ୧୫୬୭ ନୂଆ ଅଙ୍ଗନବାଡି ଖୋଲିବା ପାଇଁ ଜିଲ୍ଲା ମାନଙ୍କୁ ମଞ୍ଜୁରୀ ଦିଆଯାଇଛି ।

ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ବର୍ତ୍ତମାନ ୭ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଉଛି । ମନରେଗାରେ ୫ ଲକ୍ଷ ଆଉ ୨ ଲକ୍ଷ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ସହରାଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ଯେଉଁଠି ଜମି ସମସ୍ୟା ହେଉଛି ସେଠି ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କମିଟି ଗଠନ କରି ଜାଗା ଚିହ୍ନଟ କରିବା ଲାଗି । ପୃଷ୍ଟି ସାଧନ ପାଇଁ ଅଙ୍ଗନବାଡିରେ ୫ ଦିନ ଅଣ୍ଡା ଯୋଗାଇ ଦିଆଯାଉଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ।

ତେବେ ଅଙ୍ଗନବାଡିର ସମସ୍ୟାକୁ ନେଇ ଗୃହରେ ବିଧାୟକ ମାନେ ଉଦବେଗ ପ୍ରକାଶ ପାଇବାରୁ ବାଚସ୍ପତିଙ୍କ ରୁଲିଂ । ବିଧାନସଭା ସରିବା ପରେ ମନ୍ତ୍ରୀ ପ୍ରତି ଜିଲ୍ଲା ଗସ୍ତ କରି ଯେଉଁଠି ଯାହା ସମସ୍ୟା ରହିଛି ତାହାର ସମୀକ୍ଷା କରିବା ସହ ସମାଧାନ କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜକୁ ଲାଇକ,କମେଣ୍ଟ,ସେୟାର କରନ୍ତୁ।

Also visit us……..

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.