ଭୁବନେଶ୍ବର

ତା-୨୩-୦୨-୨୦୨୧
Report:-Mamali Das
୧୯୯୯ରେ ଓଡ଼ିଶା ତଥା ଭାରତରେ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଭାରତୀୟ ବନ ସେବା ଅଧିକାରୀ ସୁବାଷ ଚନ୍ଦ୍ର ମିଶ୍ରଙ୍କ ବିଚ୍ଛିନ୍ନ ପତ୍ନୀ ଅଞ୍ଜନା ମିଶ୍ର ୦୯ ଜାନୁଆରୀ ୧୯୯୯ ରେ ଗଣବଳାତ୍କାରର ଶିକାର ହୋଇଥିଲେ । ଏହା ପୁର୍ବରୁ ମଧ୍ୟ ତାଙ୍କ ସହ ଘଟିଥିଲା ଆଉ ଏକ କାଣ୍ଡ ।
୧୧ ଜୁଲାଇ ୧୯୯୭ ରେ ଓଡିଶାର ପୂର୍ବତନ ଆଡଭୋକେଟ-ଜେନେରାଲ ଇନ୍ଦ୍ରଜିତ ରାୟ ତାଙ୍କୁ କଟକସ୍ଥିତ କାର୍ଯ୍ୟାଳୟ-ନିବାସକୁ ନିମନ୍ତ୍ରଣ କରିଥିଲେ, ଏବଂ ତାଙ୍କୁ ଏକ ଗୁପ୍ତ କଲ ପାଇବା ବାହାନା କରି ତାଙ୍କ ଶୋଇବା ଘରକୁ ନେଇ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ। ୧୨ ଜୁଲାଇରେ, ଏହି ଘଟଣାକୁ ନେଇ ଅଞ୍ଜନା ଆନୁଷ୍ଠାନିକ ଭାବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ତାଙ୍କ ବନ୍ଧୁ ଇନ୍ଦ୍ରଜିତ ରାୟଙ୍କ ବିରୁଦ୍ଧରେ ଚିଠି ଲେଖି ଅଭିଯୋଗ କରିଥିଲେ ।

ତେବେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଅନେକ ମହିଳା ସଂଗଠନର ପ୍ରତିନିଧି ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ଆପୋଷ ବୁଝାମଣା କରିବାକୁ ପରାମର୍ଶ ଦେଇଥିଲେ। ଏହାକୁ ଅଞ୍ଜନା ପ୍ରତ୍ୟାଖ୍ୟାନ କରିଥିଲେ। ସେ ୧୯ ଜୁଲାଇ ୧୯୯୭ରେ କଟକସ୍ଥିତ କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେସନରେ ପ୍ରଥମ ସୂଚନା ରିପୋର୍ଟ ଦାଖଲ କରିଥିଲେ। ଏହି ବଳାତ୍କାର ମାମଲା ସେତେବେଳେ ରାଜନୀତିର ସୁଅକୁ ବଦଳାଇ ଦେଇଥିଲା ।

ଅଭିଯୋଗ ପରେ କଂଗ୍ରେସ ଦଳର ଭାବମୂର୍ତ୍ତି ନଷ୍ଟ ହେବା ହେତୁ ଦଳର ସଭାପତି ସୋନିଆ ଗାନ୍ଧୀ ମୁଖ୍ୟମନ୍ତ୍ରୀଙ୍କ ପଦରେ ଗିରିଧର ଗମାଙ୍ଗଙ୍କୁ ସ୍ଥାନ ଦେଇଥିଲେ । ଜନ ଅସନ୍ତୋଷ ପରେ ଇନ୍ଦ୍ରଜିତ ରାୟଙ୍କୁ ତାଙ୍କ ପଦ ଛାଡିବାକୁ ପଡିଥିଲା ଏବଂ ସିବିଆଇ ଏହାକୁ ନେଇ ମାମଲା ରୁଜୁ କରିଥିଲା। ବଳାତ୍କାର ଉଦ୍ୟମ ଅଭିଯୋଗରେ ଫେବୃଆରୀ ୨୦୦୦ ରେ ସିବିଆଇ ଡିଜାଇଟେଡ୍ କୋର୍ଟ ଇନ୍ଦ୍ରଜିତ ରାୟଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
•୧୯୯୯ ରେ ପୀଡିତା କେମିତି ହୋଇଥିଲେ ଗଣଦୁଷ୍କର୍ମର ଶିକାର—
ବୋଧେ ଅଭିଯୋଗ ପରେ ଜନ ଅସନ୍ତୋଷକୁ ସହ୍ୟ କରିପାରିନଥିଲା ସେତେବେଳର କଂଗ୍ରେସ ।ଏ ଘଟଣା ପରେ ଜାନୁଆରୀ ୯ ତାରିଖ ୧୯୯୯ ରେ ଅଞ୍ଜନା ଏବଂ ତାଙ୍କ ସାମ୍ବାଦିକ ବନ୍ଧୁ କାରରେ କଟକରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ସମୟରେ ତିନି ଅଭିଯୁକ୍ତ ଭୁବନେଶ୍ୱର ନିକଟସ୍ଥ ବାରଙ୍ଗ ଠାରେ ଏକ ନିଛାଟିଆ ସ୍ଥାନରେ କାରକୁ ଅଟକାଇଥିଲେ । ସେମାନେ ଅଞ୍ଜନାଙ୍କୁ ଉଠାଇ ନେଇ ତାଙ୍କ ସାମ୍ବାଦିକ ବନ୍ଧୁଙ୍କ ସମ୍ମୁଖରେ ଗଣଦୁଷ୍କର୍ମ କରିଥିଲେ। । ପରେ ଏହାର ତଦନ୍ତ ଅନୁଯାଇ ୨୬ଜାନୁଆରୀ ୧୯୯୯ରେ ତିନିଜଣ ମଧ୍ୟରୁ ଦୁଇଜଣ ଦୋଷୀଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା । ଏହି ମାମଲାର ଅନୁସନ୍ଧାନ ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ୨୬ ଫେବୃଆରୀ ୧୯୯୯ରେ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ମାମଲା ଦାୟର କରି ସିବିଆଇ ଏହାର ଚାର୍ଜସିଟ୍ ୫ ମଇ ୧୯୯୯ ରେ ଦାଖଲ କରିଥିଲା ।

ଦୀର୍ଘ ଦିନର ଅପେକ୍ଷା ପରେ ଅଞ୍ଜନା ମିଶ୍ର ତାଙ୍କ ମାମଲାରେ ଜିତିଥିଲେ ଯେତେବେଳେ ୨୯ ଏପ୍ରିଲ ୨୦୦୨ ରେ ଦିଆଯାଇଥିବା ଏକ ରାୟରେ ଓଡ଼ିଶାର ସେସନ୍ସ ଜଜ୍ ମହେନ୍ଦ୍ର ନାଥ ପଟ୍ଟନାୟକ ଏହି ମାମଲାର ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ପ୍ରଦିପ ସାହୁ ଏବଂ ଦିରେନ୍ଦ୍ର ମହାନ୍ତି ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ପ୍ରତ୍ୟେକଙ୍କୁ 5000 ଟଙ୍କା ଜୋରିମାନା ଦେଇଥିଲେ । ତୃତୀୟ ମୁଖ୍ୟ ଅଭିଯୁକ୍ତ(ବିବେକାନ୍ଦ)ବିବନ୍ ବିଶ୍ୱାଳକୁ ଧରିବାରେ ଅସମର୍ଥ ହୋଇଥିଲା ସିବିଆଇ ।

ବର୍ତ୍ତମାନର ଆସ୍ୱସ୍ତିକର କଥା ହେଲା ଗତକାଲି ଫେବୃଆରୀ ୨୨, ୨୦୨୧ ରେ ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳକୁ ପୁଣେରୁ ଗିରଫ କରାଯାଇଛି । ସେଠାରେ ସେ ପରିଚୟ ବଦଳାଇ ଜଳନ୍ଧର ସ୍ବାଇଁ ନାମରେ ରହୁଥିଲା । ଦୀର୍ଘ ୨୨ ବର୍ଷ ମଧ୍ୟରେ ନିଜ ଗାଁ ସହିତ ସମ୍ପର୍କ ମଧ୍ୟ ରଖିଥିଲା । ଏହି ସମ୍ପର୍କ ମାଧ୍ୟମରେ ତାକୁ ଧରିବାରେ ସଫଳ ହୋଇଛି ଗୋଷ୍ଠୀ ‘ନୀରବ ଭାଇପର’ ।

ପୋଲିସ୍ କମିଶନର ଡ. ସୁଧାଷୁଂ ଷଡଙ୍ଗୀଙ୍କ ନେତୃତ୍ୱରେ ଓଡିଶା ପୋଲିସର ଏକ ଟିମ ‘ନୀରବ ଭାଇପର’ ନାମକ ଅପରେସନ୍ ଗତ ୩ ମାସ ଧରି ଜାରି ରଖିଥିଲା । ୨୨ ବର୍ଷ ଯୁଦ୍ଧର ଅନ୍ତ ପରେ ଏହାକୁ ନେଇ ଅଞ୍ଜନା ପ୍ରତିକ୍ରିୟାରେ କହିଛନ୍ତି ଯେ ଅନୁସନ୍ଧାନକାରୀ ସଂସ୍ଥା ବିବନ୍ ବିଶ୍ୱାଳକୁ ଗିରଫ କରିବା ପାଇଁ କୌଣସି ଉଦ୍ୟମ କରିନଥିଲେ । ଏବେ ପୁଲିସକୁ ଧନ୍ୟବାଦ ଦେଇ ଦୋଷୀକୁ ଫାଶି ଦଣ୍ଡ ଦେବାପାଇଁ ନିବେଦନ କରିଛନ୍ତି ।
ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜ କୁ Like, Share, Follow,Comment କରନ୍ତୁ।
Also Follow Us…………
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
