ଭୁବନେଶ୍ୱର

ତା- ୨୦-୦୨-୨୦୨୧ ରିଖ
କୋଭିଡ କେୟାର ହୋମରେ ଓଡ଼ିଶାର ଜନସାଧାରଣ ଙ୍କୁ ଦିନରାତି ସେବା ଯୋଗାଇ ଦେଇଥିବା ଏଏନଏମ ସ୍ଵାସ୍ଥ୍ୟ କର୍ମୀ ମାନେ ଆଜକୁ 91 ଦିନ ଧରି ପ୍ରଚଣ୍ଡ ଶୀତ କାକରରେ ପୂର୍ଣ୍ଣ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସେମାନଙ୍କ ନିଯୁକ୍ତି ବିଷୟରେ କୋୖଣସି ଠୋସ ପଦକ୍ଷେପ ନେଇନାହାନ୍ତି।
ସିଆଇଟିୟୁ ଓଡିଶା ରାଜ୍ୟ ସଭାପତି ଓ ଏଏନଏମ ମାନଙ୍କ ପ୍ରତିନିଧି ମାନେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଙ୍କ ସହିତ ଦୁଇ ଦୁଇଥର ଆଲୋଚନା କରିଥିଲେ। ବର୍ତ୍ତମାନ ସୁଦ୍ଧା ସରକାର ପୂରଣ ନକରିଥିବାରୁ ଆଜି ସହ ସହ ସଂଖ୍ୟାରେ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ସିଟୁ ଭୁବନେଶ୍ୱର ନେତା ତଥା ବିଶିଷ୍ଟ ମାନବାଧିକାର କର୍ମୀ ଶ୍ରୀ ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ଲୋୟର ପିଏମଜି ଛକ ରେ ଏକ ବିଶାଳ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ତିନିମାସ ଧରି ମହିଳା କୋଭିଡ ଯୋଦ୍ଧା ମାନେ ଧାରଣାରେ ବସିଛନ୍ତି ମାତ୍ର ସରକାରଙ୍କ ନିଦ୍ରା ଭାଙ୍ଗୁ ନଥିବାରୁ ଶ୍ରୀ ନାୟକ ତାଙ୍କ ବକ୍ତବ୍ଯରେ ତୀବ୍ର ନିନ୍ଦା କରିଥିଲେ ।ଯେ ପର୍ଯ୍ୟନ୍ତ ସରକାର ବେକାର ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ନିଯୁକ୍ତି ନ ଦେଇଛନ୍ତି ସେପର୍ଯ୍ୟନ୍ତ ଏ ଲଢେଇ ଗଣତାନ୍ତ୍ରିକ ଓ ଶାନ୍ତି ପୂର୍ଣ୍ଣ ଭାବରେ ଚାଲିବ। ବିଭିନ୍ନ ଏଏନଏମ କେନ୍ଦ୍ର ଓ ଡାକ୍ତରଖାନା ମାନଙ୍କରେ ହଜାର ହଜାର ଏଏନଏମ ପଦବୀ ଖାଲି ପଡ଼ିଛି। ରାଜ୍ୟବାସୀ ସ୍ୱାସ୍ଥ୍ୟ ସେବା, ଡେଲିଭରି, ଟିକାନେବା କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।
ଘରୋଇ ଡାକ୍ତରଖାନା ଯାଇ ଶୋଷଣର ଶିକାର ହେଉଛନ୍ତି ମାତ୍ର ସରକାର ଘୋଷଣା କରୁଛନ୍ତି ଯେ ରାଜ୍ୟବାସୀ ବିକାଶରେ ଉବୁଟୁବୁ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ବିକାଶ ର ନାରା ଦେଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତି କିନ୍ତୁ ବେକାର ମାନଙ୍କୁ ନିଯୁକ୍ତି ଦେବାକୁ ରାଜକୋଷରେ ଟଙ୍କା ନାହିଁ ବୋଲି କହୁଛନ୍ତି ଏହା ଚିନ୍ତାର ବିଷୟ।

ସିଟୁ ର ରାଜ୍ୟ ଉପ ସଭାପତି ସାଥି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ତାଙ୍କ ବକ୍ତବ୍ୟରେ କେନ୍ଦ୍ର ରାଜ୍ୟ ସରକାରଙ୍କର ଘରୋଇକରଣ ନୀତିକୁ ତୀବ୍ର ବିରୋଧକରି ବେକାର ବୃଦ୍ଧି କରିବା ନୀତି କୁ ନିନ୍ଦାକରିଥିଲେ। ସିଟୁ ଏଏନଏମ ଭଉଣୀ ମାନଙ୍କ ଲଢେଇରେ ଦାବି ପୂରଣ ହେବା ପର୍ଯ୍ୟନ୍ତ ରହିବ ବୋଲି ଆହ୍ୱାନ ଦେଇଥିଲେ। ଏ ସି ପି ଶ୍ରୀ ମାନସ ରଞ୍ଜନ ଘଡେ଼ଇ ଆସେମ୍ବଲି ଛୁଟି ଦିନ ଥିବାରୁ ରାଜ୍ୟ ମନ୍ତ୍ରୀ ଭୁବନେଶ୍ୱର ବାହାରେ ଅଛନ୍ତି ବୋଲି ଖବର ଦେଇଛନ୍ତି।ଆସନ୍ତା ସୋମବାର ଦିନ ଏଏନଏମ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ପ୍ରତିଶୃତି ଦେଇଥିଲେ ଓ ଦାବିପତ୍ର ନେଇଥିଲେ।
ଦାବୀପୁରଣ ନହେଲେ ଆସନ୍ତା 24 ତାରିଖ ଦିନ ବଡଧରଣର ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ ରାଜ୍ୟ କୋଭିଡ କେୟାର ସ୍ୱାସ୍ଥ୍ୟକର୍ମୀ ସଙ୍ଘ, (CITU) ର ଦୀପ୍ତିମୟୀ ଦୀପ, ଶୈଳ ଜେନା, ସ୍ଵର୍ଣପ୍ରଭା ସ୍ୱାଇଁ, ଲଷ୍ମୀପ୍ରିୟା ସେଠି ଓ ମଧୁସ୍ମିତା ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ ।
ଅଧିକ ଖବର ଜାଣିବା ପାଇଁ ଆମର ପେଜ୍ କୁ Like, Follow, Share, Comment କରନ୍ତୁ। Also Follow us…..
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
