ଯାଜପୁର

ତା-୧୯-୦୨-୨୦୨୧
ବଡଚଣା ବ୍ଲକ ରଇପୁର ପଞ୍ଚାୟତ ଅନ୍ତର୍ଗତ ରଇପୁର ଗ୍ରାମର ଶ୍ରୀ ସିଦ୍ଧ ମହାପୁରୁଷ ମଠ(ପଥରନାସୀ)ରେ ଗତ ତା ୧୩ ରୁ ୧୯ ରିଖ ଦୀର୍ଘ ୭ ଦିନ ଧରି ଭାଗବତ ସପ୍ତାହ ହୋଇଯାଇଛି।

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ ଭାବବତ ସପ୍ତାହ ବସିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା ସହ ହୋମ, ରାମଚରିତ ମାନସ, ମାଆ ମହାଲକ୍ଷ୍ମୀଙ୍କ ପୂଜା ଆଜି ସରିଯାଇଛି।

ଚଳିତ ବର୍ଷ ନୂଆ କରି ଚଉ ପ୍ରହରୀ ଆରମ୍ଭ ହୋଇଥିଲା। ରାମଦାସପୁର ଗ୍ରାମର ବଜ୍ରମହାକାଳୀ ଅଷ୍ଟପ୍ରହରୀ ସଂକୀର୍ତ୍ତନ ଅନୁଷ୍ଠାନ ତରଫରୁ, ନାମ ସଂକୀର୍ତ୍ତନ କରାଯାଇଥିଲା। ସନ୍ଧ୍ଯାରେ ନଗର ପରିଭ୍ରମଣ ନିମନ୍ତେ ରଇପୁର ଗ୍ରାମ ଭ୍ରମଣ ସହ, ନଦିଆ ଛାନ୍ଦ ପରେ ଦହିହାଣ୍ଡି ଭଙ୍ଗା ଯାଇଥିଲା।

ଏହି ସାତଦିନ ଧରି କାର୍ଯ୍ୟକ୍ରମରେ ରଇପୁର ଗ୍ରାମବାସୀ, ସିଦ୍ଧେଶ୍ଵର ଯୁବକ ସଂଘର ସମସ୍ତ କର୍ମକର୍ତ୍ତାଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆହୁରି ସରସ ସୁନ୍ଦର କରିଥିଲେ। ଆସନ୍ତା ମାର୍ଚ୍ଚ ୫ରେ ମହାପ୍ରଭୁଙ୍କ ପ୍ରତିଷ୍ଠା ଦିବସ ପାଳନ କରାଯିବା ପାଇଁ ଅନୁଷ୍ଠାନ ତରଫରୁ ସୂଚନା ପ୍ରଦାନ କରାଯାଇଛି।
ଅଧିକ ଖବର ଜାଣିବା ପାଇଁ ଆମର ପେଜ୍ କୁ Like, Follow, Share,Comment କରନ୍ତୁ।Also Follow Us….
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
