News portal website
before header
[URIS id=5393]

ବୌଦ୍ଧ ପର୍ବତ ଉପରେ ପାଞ୍ଚ ଶହ ଗଛ ଲଗାଇବାକୁ ମହାବାହୁ ଗ୍ରୁପର ଲକ୍ଷ୍ଯ।

0 404

ଯାଜପୁର

ତା-୦୯-୦୧-୨୦୨୧

ବୃକ୍ଷ ହିଁ ଜୀବନ ।କମ ଦିନ ଭିତରେ ମହାବାହୁ ଗ୍ରୁପ ଓଡ଼ିଶା ତରଫରୁ ଏକ ପରିବେଶକୁ ସନ୍ତୁଳନ କରିବା ଉଦ୍ଧେଶ୍ୟରେ ଓ ସାଧାରଣ ଲୋକଙ୍କ ପାଖରୁ ଆରମ୍ଭ କରି ପଶୁ ଓ ପକ୍ଷୀ ମାନଙ୍କ ଖାଦ୍ୟ ଯୋଗାଣ ନିମନ୍ତେ ଏକ ମହାବାହୁ ଉଦ୍ୟାନ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି।

ଯେଉଁ ଉଦ୍ୟାନର ନେତୃତ୍ୱ ନେବେ ସଂଗଠନର ଉପଦେଷ୍ଟା ଓ ମାର୍ଗ ଦର୍ଶକ ପରିବେଶବିତ୍ କ୍ଷୀରୋଦ ଜେନା। ଯେଉଁଥିରେ ଲକ୍ଷ୍ଯ ରଖାଯାଇଛି 500 ଟି ବୃକ୍ଷ ରୋପଣ କରିଯିବା।ତାହା ପୁଣି ଏକ ପର୍ବତର ପାଦଦେଶରେ।।ଫଳ,ଫୁଲ ସହିତ କିଛି ଔଷଧୀୟ ବୃକ୍ଷ ଆମ୍ବ ,ବେଲ,ଜାମୁ ,ପିଜୁଳି ଗଛ ସବୁ ରୋପନ କରାଯିବ।।

ଯାହାକି ଯାଜପୁର ଜିଲ୍ଲାର ବୌଦ୍ଧକୀର୍ତ୍ତି ଉଦୟଗିରି ଓ ରତ୍ନଗିରି ଓ ନିକଟବର୍ତ୍ତୀ ଲଳିତଗିରି ସହିତ ଓଳାଶୁଣୀ ପୀଠକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା। ଷୋଳପୁଅ ମା ପର୍ବତର ପାଦ ଦେଶରେ ହିଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ।।

ସେଥିପାଇଁ ଏକ ପୁର୍ବ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହେଇ ଯାଇଛି ଯେଉଁଥିରେ ଅନେକ ଯୁବକ ସମାଜ,ଛାତ୍ର ସମାଜ ଶିକ୍ଷାଵିତ, ସମାଜସେବୀ ମାନେ ବୈଠକରେ ଅଂଶଗ୍ରହଣ କରିଥିଲେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।

www.austinnews.in

https://www.facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.