News portal website
before header
[URIS id=5393]

ଅନଲକ୍-୨ ରେ କ’ଣ କଟକଣା ରହିଛି? ପଢନ୍ତୁ ସମ୍ପୂର୍ଣ୍ଣ ଖବର।

0 366

ଭୁବନେଶ୍ବର

୩୦/୬/୨୦୨୦

ରାଜ୍ୟରେ ଅନଲକ୍‌-୨ କଟକଣା। ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି। ରାଜ୍ୟରେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟର ବନ୍ଦ ରହିବ। ସ୍କୁଲ-କଲେଜରେ କୌଣସି ପରୀକ୍ଷା ହେବାକୁ ଥିଲେ, ସ୍ଥିତି ଦେଖି ଜିଲ୍ଲାପ୍ରଶାସନ ନିଷ୍ପତ୍ତି ନେବେ।

ସେହିପରି ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ।  ବିବାହ କାର୍ଯ୍ୟରେ ୫୦ ଲୋକ ସାମିଲ ହୋଇ ପାରିବେ। ତାହା ପୁଣି କୋଭିଡ୍‌ କଟକଣା ନିୟମ ଅନୁସାରେ ଯୋଗ ଦେବେ। ଅନଲକ୍‌-୨ ରେ ରାଜ୍ୟରେ କୋଭିଡ୍‌ କଟକଣାକୁ ଅଧିକ ଗୁରୁତ୍ବ ଦିଆଯିବ। ମାସ୍କ ନ ପିନ୍ଧିଲେ ଏବଂ ସାମାଜିକ ଦୂରତା ନ ମାନିଲେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପୂର୍ବରୁ ହୋଇଥିବା ୧୧ ଜିଲ୍ଲାରେ ୨ ଦିନିଆ ସଟଡାଉନ୍ ଘୋଷଣା ହୋଇଥିଲା। କିନ୍ତୁ ବର୍ତ୍ତମାନ ଅନଲକ୍-୨ରେ ନୟାଗଡ଼ ଜିଲ୍ଳାକୁ ବାଦ ଦିଆଯାଇଛି। ବାକି ୧୦ ଜିଲ୍ଳାରେ ୨ ଦିନିଆ ସଟଡାଉନ୍‌ ଜାରି ରହିବ। ଏହା ବ୍ୟତୀତ ସିନେମା ହଲ, ରେସ୍ତୋରାଣ୍ଟ ଏବଂ ବିଭିନ୍ନ ସଭା ସମିତି ବନ୍ଦ ରହିବ। ରାତି କର୍ଫ୍ୟୁ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସନ୍ଧ୍ୟା ୭ଟାରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ରହିଥିଲା। କିନ୍ତୁ ବର୍ତ୍ତମାନ ଅନଲକ୍‌-୨ ରେ ରାତି ୯ଟାରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ।  

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.