News portal website
before header
[URIS id=5393]

ଘରେ ବସି ରାସନକାର୍ଡ ସଂସୋଧନ କରନ୍ତୁ, ହେଲେ କେମିତି ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ।

0 391

ରାସନ କାର୍ଡ କିପରି ସଂଶୋଧନ କରିବେ?

ଭୁବନେଶ୍ବର

୦୧-୦୭-୨୦୨୦

ଆପଣ ମାନେ ସମସ୍ତେ ରାସନ କାର୍ଡ଼ ବିଷୟରେ ଜାଣିଥିବେ ନିଶ୍ଚୟ। ଯଦି ଆପଣଙ୍କ ପାଖରେ ରାସନ କାର୍ଡ଼ ଅଛି ଏବଂ ସେଥିରେ କିଛି ତ୍ରୁଟି ରହିଛି ତାହେଲେ ତାକୁ ଠିକ କେମିତି କରିବେ, ରାସନ କାର୍ଡ଼ରେ କୌଣସି ନୂତନ ସଦସ୍ୟଙ୍କ ନାମ କୁ କେମିତି ଯୋଡ଼ିବେ ଏବଂ ରାସନ କାର୍ଡ଼ରେ କେଉଁ ମାନଙ୍କ ନାମ ଅଛି ତାକୁ କେମିତି ଦେଖିବେ ସେ ସବୁ ବିଷୟରେ ଆଜି ଆମେ ଆଲୋଚନା କରିବା।

ତେବେ ଆସନ୍ତୁ ଜାଣିବା ଆପଣ ଘରେ ବସି କେମିତି ନୂତନ ରାସନ କାର୍ଡ଼ ଆବେଦନ କରି ପାରିବେ।ପ୍ରଥମେ ଆପଣ, ଆପଣଙ୍କ ମୋବାଇଲ ରେ କୌଣସି ବ୍ରାଉଜର ଖୋଲନ୍ତୁ ଏବଂ ସେଠାରେ ଏହାର ଅଫିସିଆଲ ୱେବ ସାଇଟ ଫୁଡ଼ ଓଡ଼ିଶା. ଇନ ( foododisha. in) ଟାଇପ କରି ତା ଉପରେ କ୍ଲିକ କରନ୍ତୁ। ଏବେ ଆପଣ ଏହି ପେଜରେ ପହଞ୍ଚି ଯିବେ।ଏହି ପେଜରେ ପହଁଚିଲା ପରେ NFSA ୨୦୧୩ ରାସନ କାର୍ଡ଼ ଉପରେ କ୍ଲିକ କରିବେ। ତାପରେ ଆପଣ ରାସନ କାର୍ଡ଼ ଆପ୍ଲିକେସନ ଫର୍ମ ଲେଖା ଉପରେ କ୍ଲିକ କରିବେ।

ଏହା ଉପରେ କ୍ଲିକ କରିବା ପରେ ଏକ ରାସନ କାର୍ଡ ର ପିଡ଼ିଏଫ ଫାଇଲ ଡାଉନଲୋଡ ହୋଇ ଓପନ ହୋଇଯିବ।ଏବେ ଆପଣ ଏହି ଫର୍ମ ରେ ଯାହା ଡକ୍ୟୁମେଣ୍ଟ ମାଗୁଛି ତାହା ଦେଇ ଏହି ଫର୍ମ ଟିକୁ ପୂରଣ କରିବାକୁ ପଡ଼ିବ। ଏହି ଫର୍ମରେ ଯାହା ଯାହା ପୂରଣ କରିବା ପାଇଁ କହିଛି ତାହାକୁ ଠିକ ଭାବରେ ପୂରଣ କରିଦେବେ।ପୂରଣ କରିବା ପରେ ଏହି ଫର୍ମ ଟିକୁ ଧରି ଆପଣଙ୍କ ନିକଟସ୍ଥ ବ୍ଲକ କୁ ଯାଇ ଏହି ଫର୍ମକୁ ଦେବାକୁ ପଡ଼ିବ।ଏବଂ

ଯଦି ଆପଣ ମାନେ ଯୋଗ୍ୟ ବା ରାସନ କାର୍ଡ଼ ପାଇବା ପାଇଁ ହକଦାର ତାହେଲେ ନିଶ୍ଚିତ ଭାବେ ଆପଣ ରାସନ କାର୍ଡ଼ ପାଇ ପାରିବେ।ଏବେ ଆସନ୍ତୁ ଜାଣିବା ରାସନ କାର୍ଡ଼ ଲିଷ୍ଟ ରେ ଆପଣଙ୍କ ନାମ ଅଛି କି ନାହିଁ କେମିତି ଜାଣିବା :-ଆପଣ ପୂର୍ବ ପରି ଏହାର ଅଫିସିଆଲ ୱେବ ସାଇଟ କୁ ଯାଇ ସେଠାରେ ଲେଖାଥିବା ‘ବେନିଫିସରୀ ଲିଷ୍ଟ ଅଫ NSFA’ ଉପରେ କ୍ଲିକ କରନ୍ତୁ। ଏବଂ ଏବେ ପ୍ରଥମେ ଆସୁଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ। ଏବେ ଆପଣଙ୍କ ଆଗରେ ଆଉ ଏକ ପେଜ୍ ଆସିବ। ଏଠାରେ ଆପଣ ନିଜର ଜିଲ୍ଲା ଏବଂ ବ୍ଲକ ର ନାମ ଲେଖନ୍ତୁ। ଏବେ ଶେଷ ଅପ୍ସନ ଆସିବ FPS ।

ଏଠାରେ ଆପଣ, ଆପଣଙ୍କ ନିକଟସ୍ଥ ଡିଲର ଙ୍କୁ ଏହି ଲିଷ୍ଟ ମଧ୍ୟରୁ ଚୟନ କରିବେ। ଏବେ ‘ଗେଟ ରିପୋର୍ଟ’ ଉପରେ କ୍ଲିକ କରିବେ।ଏଠାରେ କ୍ଲିକ କରି ସାରିବା ପରେ ଆପଣଙ୍କ ସାମ୍ନାରେ ଏକ ଲିଷ୍ଟ ପଳେଇ ଆସିବ ଏବଂ ଆପଣ ଏଥିରୁ ଜାଣି ପାରିବେ କି ଏଥିରେ ଆପଣଙ୍କ ନାମ ଅଛି କି ନାହିଁ।ଆପଣଙ୍କ ରାସନ କାର୍ଡ଼ ରେ ନୂଆ ସଦସ୍ୟଙ୍କୁ ଯୋଡ଼ିବା ପାଇଁ ଚାହୁଁଥିଲେ ଆପଣ, ଆପଣଙ୍କ ରାସନ କାର୍ଡ଼ ଏବଂ ଯେଉଁ ବ୍ୟକ୍ତିଙ୍କୁ ଯୋଡ଼ିବାକୁ ଚାହୁଁଛନ୍ତି ତାଙ୍କର ଆଧାର କାର୍ଡ କୁ ନେଇ ନିକଟସ୍ଥ ବ୍ଲକ କୁ ଯାଆନ୍ତୁ। କାରଣ

ନୂତନ ସଦସ୍ୟ ର ନାମ ରାସନ କାର୍ଡ଼ ରେ ଯୋଡିବାର ସୁବିଧା ଅନଲାଇନରେ ନାହିଁ।ତେଣୁ ଆପଣଙ୍କୁ ଏହି କାମ ଅଫ ଲାଇନରେ କରିବାକୁ ପଡ଼ିବ। ତେଣୁ ଉପଯୁକ୍ତ ଡକ୍ୟୁମେଣ୍ଟ ଧରି ବ୍ଲକ କୁ ଯାଇ ଫର୍ମ ଭର୍ତ୍ତି କରିବାକୁ ପଡ଼ିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.