News portal website
before header
[URIS id=5393]

କରୋନା ସଂକ୍ରମଣ କୁ ନେଇ କ’ଣ କହିଲେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ!

0 304

ଭୁବନେଶ୍ବର

ତା-୨୯-୦୩-୨୦୨୦

କରୋନା ସଂକ୍ରମଣକୁ ନେଇ ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ଯେ, ଯେତେବେଳେ ଜଣେ ରୋଗୀ ଆକ୍ରାନ୍ତ ହେଉଛି, ପ୍ରଥମେ ଜାଣିବା ଦରକାର, ସେ ରୋଗ କେଉଁଠୁ ଆସିଲା। କଣ୍ଟାକ୍ଟ ଟ୍ରେସିଂ ଜାଣିବା ପ୍ରଥମେ ଦରକାର। ମନେକର ଗତକାଲି ୨୦୦ ପଜିଟିଭ ଚିହ୍ନଟ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କ କଣ୍ଟାକ୍ଟ ଟ୍ରେସ ହୋଇଗଲା। କିନ୍ତୁ ଆଉ ୧୦୦ ଜଣଙ୍କ ହେଲା ନାହିଁ। ଆମେ ଜାଣିବା ଦରକାର ଯେ ଏସବୁ କେଉଁଠୁ ଆସିଲା।

ଏହାର ଅର୍ଥ ଯେ ଗୋଷ୍ଠୀରୁ ଆସିଲା। ଗୋଷ୍ଠୀ ସଂକ୍ରମଣ ଆମେ ହୁଏତ ମନା କରିପାରୁ କିନ୍ତୁ ସତ କଥା ହେଲା ଯେ ଆମେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି କରୁଛେ ବୋଲି ସେ କହିଛନ୍ତି।ସେ ଆହୁରି କହିଛନ୍ତି ଯେ, ବହୁମାତ୍ରାରେ କି କମ୍‌ମାତ୍ରାରେ ଗୋଷ୍ଠୀ ସଂକ୍ରମଣ ହେଲେଣି, ତାହା ଆମେ ଦେଖିବା କଥା। ଦିଲ୍ଲୀ, ମୁମ୍ବାଇର ଧରାବି ସମେତ ଭାରତର ଅନେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହେଲାଣି। ତାହା ମନା କଲେ ବି ଗ୍ରହଣଯୋଗ୍ୟ ନୁହେଁ।

ଗଲା ୩ ଦିନ ମଧ୍ୟରେ ୫୦ରୁ ୬୦ ଲୋକାଲ କେଶ ବାହାରିଛନ୍ତି, ଯଦି ଏସବୁ କଣ୍ଟାକ୍ଟ ଟ୍ରେସ କରିବା ସମ୍ଭବ କି? ତେବେ ଏହା ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କହିବା କେମିତି ସେ ପ୍ରଶ୍ନ କରିଛନ୍ତି।ସେଥିପାଇଁ ଆଗକୁ ପ୍ରତି ଶନିବାର, ରବିବାର ସଟ୍‌ଡାଉନ୍ ହେବା ଦରକାର ବୋଲି ସେ କହିଛନ୍ତି। ଅଫିସରେ ମଧ୍ୟ ସିଫ୍ଟ ଡ୍ୟୁଟି ହେଉ, ଫଳରେ ଗୋଟିଏ ସମୟରେ ଅଧିକ ଲୋକେ କାମ କରିବେ ନାହିଁ, ବସ୍ତିରେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଥିବା ମଧ୍ୟ ସେ କହିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ।

#facebookaustinnews

#youtubeaustinnews

#twitteraustinnews

Leave A Reply

Your email address will not be published.