ନୂଆଦିଲ୍ଲୀ/ଭୁବନେଶ୍ୱର

ତା -୧୧-୧୨-୨୦୨୦
ପୁଣି ବିବାଦରେ କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି। ଅନୁଭବ ମହାନ୍ତି ଏମିତି ଜଣେ ରାଜନେତା ଏକାଧାରରେ ଜଣେ ଅଭିନେତା ମଧ୍ୟ ଯାହାଙ୍କ ନାଁ ପଛରେ ବିବାଦ ଯୋଡି ରହିଛି। ତେବେ ଏଥର ଚର୍ଚ୍ଚା ଗୋଟିଏ ସୋସିଆଲ୍ ମିଡ଼ିଆ ପୋଷ୍ଟ କୁ ନେଇ। ଏଥର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଉଛନ୍ତି ନିଜେ ଅନୁଭବ ମହାନ୍ତି ଓ ତାଙ୍କର ନୂଆଦିଲ୍ଲୀ ସ୍ଥିତ ସାମ୍ବାଦିକା ବାନ୍ଧବୀ ଜାଗୃତି ଶୁକ୍ଲା। ଅନୁଭବ ନିଜ ପତ୍ନୀ ବର୍ଷାଙ୍କୁ କମ ଆଉ ଜାଗୃତିଙ୍କୁ ଅଧିକ ପ୍ରଶଂସା କରୁଥିବା ଏବେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି।
ଗତ କାଲି (ଗୁରୁବାର)ସାଂସଦ ଅନୁଭବ ତାଙ୍କ ଫେସବୁକ ପେଜରେ ଜାଗୃତି ଓ ଆଇନଜିବୀ ଅଶ୍ୱିନୀ ଦୁବେଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ। ଅଶ୍ୱିନୀଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇ ଅନୁଭବ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଅଶ୍ବିନୀ ଦୁବେଙ୍କ ସହ ଜାଗୃତିଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ସେଥିରେ ସେ ଜାଗୃତିଙ୍କୁ ତାଙ୍କର ଜଣେ ନିସ୍ୱାର୍ଥପର ଘନିଷ୍ଠ ବନ୍ଧୁ ବୋଲି ଦର୍ଶାଇଛନ୍ତି ।

ଏହା ପରେ ଅନୁଭବଙ୍କୁ ସମ୍ବୋଧନ କରି ଜାଗୃତି ଲେଖିଛନ୍ତି , ଆପଣଙ୍କ ସହିତ ଅଶ୍ୱିନୀ ଜୀଙ୍କ ଭଳି ଲୋକ ଅଛନ୍ତି, ଯେଉଁମାନେ ତୁମ ସହିତ ପାହାଡ଼ ପରି ଦୃଢଭାବେ ଠିଆ ହୁଅନ୍ତି।ପୂର୍ବରୁ ସେ ସମ୍ବଲପୁରୀ ଶାଢୀରେ ସୁନ୍ଦର ବୋଲି ନିଜ ବ୍ଲଗରେ ପୋଷ୍ଚ କରି ଚର୍ଚ୍ଚାରେ ଥିଲେ। ଆପଣଙ୍କର ପରିବାର ଓ ଲକ୍ଷ ଲକ୍ଷ ପ୍ରଶଂସକ ଆପଣଙ୍କ ସହିତ ଅଛନ୍ତି ଯେଉଁମାନେ ଆପଣଙ୍କୁ ନିଃସର୍ତ୍ତରେ ଭଲ ପାଆନ୍ତି। ହଁ ସେ ଯାହା ବି ହେଉନା କାହିଁକି ମୁଁ ମଧ୍ୟ ସବୁବେଳେ ଆପଣଙ୍କ ସହିତ ରହିବି!
ତେବେ ପତ୍ନୀ ବର୍ଷାଙ୍କ ସହ ପାରିବାରିକ ସମ୍ପର୍କକୁ ନେଇ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଏପରି ପୋଷ୍ଟ କୁ ନେଇ ପ୍ରଶଂସକ ଅନୁଭବଙ୍କୁ ଟ୍ରୋଲ କରିଛନ୍ତି। ଅଶ୍ୱିନୀ ଦିଲ୍ଲୀ ହାଇକୋର୍ଟର ଓକିଲ, ଆଉ ସେ ହିଁ ଅନୁଭବଙ୍କ ମାମଲା ଲଢୁଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia

