News portal website
before header
[URIS id=5393]

ପରୀ ହତ୍ୟା ମାମଲା: IIC ସସ୍‌ପେଣ୍ଡ,SDPO ବଦଳି

0 206

Notice

ଭୁବନେଶ୍ବର: 

ତା-୧୧-୧୨-୨୦୨୦

 ନୟାଗଡ଼ର ବହୁ ଚର୍ଚ୍ଚିତ କୋମଳମତି ପରୀ ହତ୍ୟା ମାମଲାରେ ସସପେଣ୍ଡ ହେଲେ ଥାନା IIC ରୀତାରାଣୀ ସାହୁ । ଏହା ବ୍ୟତୀତ SDPO ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ DSP ଭାବେ ବଦଳି କରାଯାଇଛି। ପରୀ ହତ୍ୟା ମାମଲାରେ ଏହି ଦୁଇ ଅଧିକାରୀ ପ୍ରଥମରୁ ବିବାଦରେ ରହିଆସିଛନ୍ତି। ସମ୍ପୃକ୍ତ ଘଟଣାରେ ପରୀ ମାଆକୁ ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗ କରିଥିଲେ ପରୀର ମା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଛନ୍ତି। 

  ତେବେ ପୋଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଧରିବା ପରିବର୍ତ୍ତେ ପରୀର ବାପା ମାକୁ  ହଇରାଣ କରିଥିଲେ । ତେବେ ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଚାଲି ଆସିଲେ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ବିଧାନସଭା ସମ୍ମୁଖକୁ ।ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ପରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ମାମଲାର ଏସ୍‌ଆଇଟି ତଦନ୍ତ ଚାଲିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। 

www.austinnews.in

https:facebookaustinnews https:youtubeaustinnews

twitter@austinnewsmedia

Leave A Reply

Your email address will not be published.