News portal website
before header
[URIS id=5393]

ଧଳ ଭାଇଙ୍କ ଘରୁ ମିଳିଲା ବନ୍ଧୁକ

0 180

ଭୁବନେଶ୍ବର:

Notice

ତା -୧୧-୧୨-୨୦୨୦

ଡି-ବ୍ରଦର୍ସ ବା ଧଳସାମନ୍ତ ଭାଇ ଭାବେ ଜଣାଶୁଣା କୁଖ୍ୟାତ ଅପରାଧୀଙ୍କ କଟକ ସିଡିଏ ଘର ଉପରେ କମିସନରେଟ ପୁଲିସ ଗୁରୁବାର ସନ୍ଧ୍ୟାରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ପୁଲିସ ୮ଟି ବନ୍ଧୁକ ସମେତ ୫୦୦ଟି ଗୁଳି  ଜବତ କରିଛି। ସମ୍ପୃକ୍ତ ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଗୁଳିଗୁଡ଼ିକ ଏକ ସିଲ୍‌ ବାକ୍ସ ଭିତରେ ଥିବା ଡିସିପି କହିଛନ୍ତି। ଏହାବ୍ୟତୀତ ପୁଲିସ ଏକାଧିକ ମୋବାଇଲ ମଧ୍ୟ ଜବତ କରିଛି। ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ପଚରାଉଚରା ସମୟରେ ଧଳବ୍ରଦର୍ସ’ଙ୍କ ଘରେ ବିପୁଳ ପରିମାଣରେ ଗୁଳି ଓ ବନ୍ଧୁକ ଥିବା ପୁଲିସକୁ ସୂଚନା ମିଳିଥିଲା ଏବଂ ଏହି ଆଧାରରେ ଅଚାନକ ଚଢ଼ାଉ କରାଯାଇଥିଲା। କୁଖ୍ୟାତ ଅପରାଧୀ ଧଳସାମନ୍ତ ଭାଇଙ୍କ ନାମରେ ବିଭିନ୍ନ ଥାନାରେ ହତ୍ୟା ଓ ବଟି ଆଦାୟ ଭଳି ସଂଗୀନ ମାମଲା ରହିଛି। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.