କଟକ:

ତା -୧୧-୧୨-୨୦୨୦
ପୁଣି ଥରେ ଧଳସାମନ୍ତ ଭାଇ। ଗତକାଲି ରାତିରେ ତାଙ୍କ ବାସଭବନରୁ ଚୋରା ବନ୍ଧୁକ ଓ ଗୁଳି ଜବତ ପରେ କମିଶନରେଟ ପୋଲିସ ତତ୍ପରତା ପ୍ରକାଶ କରିଛି। ଏବେ ଧଳସାମନ୍ତା ଭ୍ରାତ୍ରାଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ କମିଶନରେଟ ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଗତକାଲି ରାତିରେ ହୋଇଥିବା ଚଢ଼ାଉ ସମୟରେ ୧୬ଟି ଚୋରା ବନ୍ଧୁକ ଓ ୧୦୯୫ଟି ଗୁଳି ଜବତ ହୋଇଛି। ସୂଚନା ମୁତାବକ ୨୦୧୬ରେ ଧଳସାମନ୍ତ ଭ୍ରାତା ଗିରଫ ପୂର୍ବରୁ ଏହା ମାରଣାସ୍ତ୍ରକୁ ଲୁଚାଇ ରଖିଥିଲେ। ଚୋରା ବନ୍ଧୁକ ଓ ଗୁଳି ଧଳସାମନ୍ତଙ୍କ ସିଡିଏସ୍ଥିତ ବାସଭବନରେ ଇଣ୍ଟେରିୟର ଡିଜାଇନ୍ ଭିତରେ ଲୁଚାଇ ରଖାଯାଇଥିଲା। ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ସେ ଆହୁରି ମଧ୍ୟ କହିଛନ୍ତି, ଅଭିଯୁକ୍ତ ପ୍ରକାଶ ବେହେରାକୁ ଜେରା ସମୟରେ ଧଳସାମନ୍ତଙ୍କ ଘରେ ଚୋରା ବନ୍ଧୁକ ଓ ଗୁଳି ଥିବା ନେଇ ସୂଚନା ମିଳିଥିଲା ଏବଂ ଏହି ଆଧାରରେ ଗତକାଲି ଚଢ଼ାଉ କରାଯାଇଥିଲା। ତଦନ୍ତରୁ ଆମେ ଜାଣିବାକୁ ପାଇଛୁ ଯେ ବନ୍ଧୁକଗୁଡ଼ିକ ବିହାରର ମୁଙ୍ଗେରରୁ ଆସୁଥିଲା। ତେଣୁ ଏବେ ସବୁ କଥା କୁହାଯାଇପାରିବ ନାହିଁ। କାରଣ ତଦନ୍ତ ଚାଲିଛି। ଏବେ ଠାରୁ ସବୁ କଥା କହିଲେ ତଦନ୍ତରେ ବାଧାପ୍ରାପ୍ତ ହେବ। ଧଳ ସାମନ୍ତ ଓ ଅନ୍ୟ ଅପରାଧୀଙ୍କ ଉପରେ ତୀକ୍ଷ୍ମ ନଜର ଦେଇଛୁ। ସେମାନଙ୍କର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
