ଭୁବନେଶ୍ଵର:

ତା-୧୦-୧୨-୨୦୨୦
ଲକଡାଉନ ଓ କରୋନା ମହାମାରୀ କାରଣରୁ ଦୀର୍ଘ ଦିନ ଧରି ସ୍କୁଲ, କଲେଜ ବନ୍ଦ ରହିଛି। ତେବେ ଆସନ୍ତା ମାସରୁ ସ୍କୁଲ ଓ କଲେଜ ଖୋଲିବା ନେଇ ସରକାର ପ୍ରସ୍ତୁତ ହେଉଛନ୍ତି। ଏ ନେଇ ଡିସେମ୍ବର ମାସରେ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ସଙ୍କେତ ଦେଇଥିଲେ। ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୁରୁବାର ଏ ସମ୍ପର୍କରେ ସୂଚନା ଦଇେଛନ୍ତି।
ମନ୍ତ୍ରୀ କହିଛନ୍ତି, “ଆମେ ଜାନୁଆରୀରେ ସ୍କୁଲ ଖୋଲିବାକୁ ଚିନ୍ତା କରୁଛୁ। ମୁଖ୍ୟତଃ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବୁ। 100 ଦିନ ପାଠ ପଢ଼ାଇ ପରୀକ୍ଷା କରିବୁ। ତେଣୁ ଶନିବାର ଓ ରବିବାର ଛୁଟି ଦିନରେ ବି କ୍ଲାସ କରିବୁ। କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପାଠ୍ୟ ଉପକରଣ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ଦେବୁ ସେମାନଙ୍କ ଚାପ କମାଇବା ପାଇଁ।”
ସେହିପରି କଲେଜ ଖୋଲିବା ନେଇ ସଂକେତ ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର। ସେ କହିଛନ୍ତି, “ନୂଆ ବର୍ଷରେ ଆଶା କରିବୁ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ। ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ। UG ଓ PG ପାଇଁ ସେମିଷ୍ଟର ଘୁଞ୍ଚିବ। 70-80 ଦିନ ପାଠ କ୍ଲାସରେ ପଢେଇ ପରୀକ୍ଷା କରିବୁ। ଯଦି ଅଧିକ ବିଳମ୍ବ ହେବ କଲେଜ ଖୋଲିବାରେ, ତେବେ ସିଲାବସ କମାଇବା କଥା ଚିନ୍ତା କରାଯାଇପାରେ।”
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
