News portal website
before header
[URIS id=5393]

ସୁଶାନ୍ତଙ୍କ ସ୍ମୃତିକୁ ତାଜା ରଖିବା ପାଇଁ ପରିବାର ଲୋକେ କଲେ ବଡ଼ ଘୋଷଣା : ଜାଣନ୍ତୁ କ’ଣ?

0 417

ମୁମ୍ବାଇ

୨୮/୬/୨୦୨୦

ସୁଶାନ୍ତ ସିଂହଙ୍କ ପରଲୋକକୁ ଅନେକ ଦିନ ହୋଇ ସାରିଛି । ସୁଶାନ୍ତ ସିଂହଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକ ଏବେ ବି ଦୁଃଖରୁ ବାହାରି ପାରି ନାହାନ୍ତି। ଏହି ସମୟରେ ତାଙ୍କ ପରିବାର ଏକ ଷ୍ଟେଟମେଣ୍ଟ ଫ୍ୟାନଙ୍କ ପାଇଁ ଜାରି କରିଛନ୍ତି। ଏହି ଷ୍ଟେଟମେଣ୍ଟ ଜରିଆରେ ସେମାନେ ନିଜ ଗେହ୍ଲା ଗୁଲଶନ ଅର୍ଥାତ୍ ସୁଶାନ୍ତଙ୍କୁ ଶେଷ ଥର ଅଲବିଦା କହି କିଛି ବଡ଼ ଘୋଷଣା କରିଛନ୍ତି। ସୁଶାନ୍ତଙ୍କ ଘର ନାଁ ଗୁଲଶନ ଥିଲା।

ଷ୍ଟେଟମେଣ୍ଟରେ ଲେଖାଯାଇଛି,‘ଅଲବିଦା ସୁଶାନ୍ତ। ବିଶ୍ବ ପାଇଁ ଯିଏ ସୁଶାନ୍ତ ସିଂହ ରାଜପୁତ ଥିଲେ ସେ ଆମ ପାଇଁ ଗେହ୍ଲା ଗୁଲଶନ ଥିଲା। ସେ ସ୍ବାଧୀନ ଚିନ୍ତାଧାରା ଯୁକ୍ତ,ଗପୁଡ଼ା ଏବଂ ଖୁବ୍ ବୁଦ୍ଧିମାନ ପୁଅ ଥିଲା। ସେ ସବୁ ଜିନିଷରେ ରୁଚି ରଖିଥିଲା। ତାଙ୍କ ସ୍ବପ୍ନ କୌଣସି ଜିନିଷ ପାଇଁ ଅଟକି ଯାଇନଥିଲା। ସେ ମନ ଖୋଲି ହସୁଥିଲା।’‘ସେ ଆମ ପରିବାରର ଗୌରବ ଏବଂ ପ୍ରେରଣା ଥିଲା। ତାଙ୍କ ଟେଲିସ୍କୋପ୍ ତାଙ୍କର ସବୁଠୁ ପ୍ରିୟ ଜିନିଷ ଥିଲା,ଯେଉଁଥିରେ ସେ ତାରା ଦେଖୁଥିଲେ। ଆମେ ଏବେବି ଏକଥା ବିଶ୍ବାସ କରିପାରୁନୁ ଯେ ଏବେ ଆମେ କେବେ ତାଙ୍କ ହସ ଶୁଣି ପାରିବା ନାହିଁ। ତାଙ୍କ ଉଜ୍ଜ୍ବଳ ଆଖି ଦେଖିପାରିବା ନାହିଁ ଏବଂ ବିଜ୍ଞାନ ବିଷୟରେ କେବେ ନ ସରୁଥିବା କଥା ଶୁଣି ପାରିବା ନାହିଁ। ତାଙ୍କ ଯିବା ପରେ ଆମ ପରିବାରରେ ଏକାକୀପଣ ଛାଇ ଯାଇଛି,ଯାହା କେବେ ଦୂର ହେବ ନାହିଁ। ସେ ସତରେ ନିଜର ସବୁ ଫ୍ୟାନଙ୍କୁ ଭଲ ପାଉଥିଲା।ତାଙ୍କ ସ୍ମୃତିକୁ ତାଜା ରଖିବା ପାଇଁ ଏକ ଫାଉଣ୍ଡେସନ ନିର୍ମାଣ କରାଯାଉଛି।

ଆଗକୁ ଲେଖାଯାଇଛି-ଆମ ଗୁଲଶନକୁ ଏତେ ଭଲ ପାଇବା ପାଇଁ ଧନ୍ୟବାଦ। ତାଙ୍କ ସ୍ମୃତି ଏବଂ ଲିଗାସିକୁ ସମ୍ମାନ ଦେବା ପାଇଁ ପରିବାର ସୁଶାନ୍ତ ସିଂହ ରାଜପୁତ ଫାଉଣ୍ଡେସନ ନିର୍ମାଣ କରୁଛି। ଏଥିରେ ସୁଶାନ୍ତଙ୍କ ପସନ୍ଦର ଏରିୟା ଅର୍ଥାତ୍ ବିଜ୍ଞାନ,ସିନେମା,ସ୍ପୋର୍ଟସରେ ଆସୁଥିବା ୟଙ୍ଗ୍ ଟାଲେଣ୍ଟକୁ ସମର୍ଥନ କରାଯିବ। ଏହା ସହିତ ପଟନାର ରାଜୀବ ନଗର ସ୍ଥିତ ତାଙ୍କ ଘରକୁ ମେମୋରିଆଲରେ ରୂପାନ୍ତରିତ କରାଯିବ। ଆମେ ଏଠାରେ ତାଙ୍କ ପର୍ସନାଲ୍ ଜିନିଷ ରଖିବା ଯେଉଁଥିରେ ତାଙ୍କର ହଜାର ପୁସ୍ତକ,ଟେଲିସ୍କୋପ୍,ଫ୍ଲାଇଟ୍ ସିମ୍ୟୁଲେଟର ସଙ୍ଗ୍ ଅନ୍ୟ ଜିନିଷ ରହିବ। ଏହା ଦ୍ବାରା ପ୍ରଶଂସକ ଏବଂ ଶୁଭେଚ୍ଛୁ ଜଡ଼ିତ ରହିବେ।ଷ୍ଟେଟମେଣ୍ଟ ଶେଷରେ କୁହାଯାଇଛି ଯେ ସୁଶାନ୍ତଙ୍କ ସମସ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ଏବେ ତାଙ୍କ ପରିବାର ସମ୍ଭାଳିବ। ଏହା ଜରିଆରେ ତାଙ୍କ ସ୍ମୃତି ଏବଂ ଲିଗାସିକୁ ତାଜା ରଖାଯିବ।

ଅଧିକ ଖବର ଜାଣିବା ପାଇଁ ଆମରଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ।

AustinNewsYoutube Channel Subscribe କରନ୍ତୁ

ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.