News portal website
before header
[URIS id=5393]

ଝାରପଡା ଜେଲରେ ରାତି କାଟିଲେ ପାଠକ ବାପା-ପୁଅ

0 183

ଭୁବନେଶ୍ବର: 

ତା-୨୮-୧୧-୨୦୨୦

ବିଳାସମୟ ଜୀବନ ଯାପନ କରୁଥିବା  ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ନୂଆ ଠିକଣା ଏବେ ଭୁବନେଶ୍ୱର ଝାରପଡ଼ା ଜେଲ୍‌ । ଉଭୟ ବାପା ଓ ପୁଅ ଜେଲରେ ରାତି କାଟିଛନ୍ତି ।  ସେମାନଙ୍କର କୋଭିଡ୍‌ ଟେଷ୍ଟ ହୋଇ ନଥିବାରୁ ଜେଲର ତାଙ୍କୁ ଆଇସୋଲେସନ୍‌ ଓ୍ଵାର୍ଡରେ ରଖାଯାଇଥିଲା । ଘରୁ ଆସିଥିବା ଖାଦ୍ୟ ଖାଇଲେ । ଡିସେମ୍ବର ୯ତାରିଖ ଯାଏଁ ଅଭୟକାନ୍ତ ଓ ଆକାଶଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଆଇଏଫଏସ୍‌ ଅଭୟକାନ୍ତ ଓ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ଅଭୟକାନ୍ତ ପାଠକଙ୍କ ବିରୋଧରେ ଆକ୍ସନ ହୋଇଛି । ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ ମାମଲାର ତଦନ୍ତ ପାଇଁ ଗଠନ ହୋଇଛି ଏସଆଇଟି । ଏକ ୨୦ ଜଣିଆ ଏସଆଇଟି ଗଠନ କରାଯାଇଛି । ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.