News portal website
before header
[URIS id=5393]

ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭା ଅଚଳ

0 541

 

ଭୁବନେଶ୍ବର:

ତା-୨୬-୧୧-୨୦୨୦

ବହୁ ଚର୍ଚ୍ଚିତ ନୟାଗଡ ପରୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭା ଅଚଳ । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଆଜି ବିଧାନସଭାରେ ବିରୋଧୀ ବିଜେପି ଓ କଂଗ୍ରେସ ହୋହଲ୍ଲା କରିଛନ୍ତି । ପୋଡିୟମ ନିକଟରେ ବ୍ୟାନର ଦେଖାଇ ବିଜେପିର ସଦସ୍ୟମାନେ ନାରାବାଜି କରିଛନ୍ତି । ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଦାବି କରିଛନ୍ତି । ସେ କହିଛନ୍ତି, “ମନ୍ତ୍ରୀଙ୍କୁ ବହିଷ୍କାର କରା ନ ଯିବା ପର୍ଯ୍ୟନ୍ତ ଗୃହ ଚଳାଇ ଦେବୁନି। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଗ୍ରହଣୀୟ ନୁହେଁ।” ଏପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି ଅରୁଣ ସାହୁଙ୍କ ଇସ୍ତଫା ସହ SIT ତଦନ୍ତ ଦାବି କରିଛନ୍ତି । ହଟ୍ଟଗୋଳ ଯୋଗୁଁ ଗୃହକୁ  ପ୍ରଥମେ ୨୦ ମିନିଟ ଓ ପରେ ୩ଟା ଯାଏଁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।ସୂଚନାଯୋଗ୍ୟ, ନ୍ୟାୟ ନ ମିଳିବାରୁ ଗତ ମଙ୍ଗଳବାର ସୌଦାମିନୀ ଓ ତାଙ୍କ ସ୍ୱାମୀ ଅଶୋକ ସାହୁ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ପୁଲିସ୍ ତତ୍‌କ୍ଷଣାତ ସେମାନଙ୍କୁ ଉଦ୍ଧାର କରିଥିଲା। ଦମ୍ପତିଙ୍କ ଅଭିଯୋଗ ଅନୁଯାୟୀ,  ଗତ ଜୁଲାଇ ମାସରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀକୁ ଅପହରଣ କରାଯାଇଥିଲା। ଖୋଜାଖୋଜି କରି ନପାଇବାରୁ ସେମାନେ ଥାନାରେ ଏତଲା ଦେଇଥିଲେ। ୩ ଦିନ ଯାଏ ପୁଲିସ୍‌ ଚୁପ୍ ରହିବାରୁ ଜିଲ୍ଲାପାଳ, ଏସ୍‌ପିଙ୍କୁ ବି ଭେଟିଥିଲେ। ତଥାପି ପଦକ୍ଷେପ ନିଆଯାଇ ନଥିଲା। ଦୁଇ ସପ୍ତାହ ପରେ ବସ୍ତାରେ ବନ୍ଧା ହୋଇଥିବା ହାଡ଼ ଘର ବାଡ଼ିପଟୁ ମିଳିଥିଲା। ରାତି ଅଧରେ ଦୁର୍ବୃତ୍ତ ବାଡିପଟେ ଝିଅର ହାଡ଼ ଫିଙ୍ଗି ପଳାଇ ଯାଇଥିଲେ। ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ ବାବୁଲି ନାଏକ ଝିଅକୁ ମାରି ଦେଇଥିବା ସିଧାସଳଖ ଅଭିଯୋଗ ଆଣିଥିଲେ ପରୀ’ର ମା’ ସୌଦାମିନୀ ସାହୁ ।   ଏପଟେ ଗତକାଲି କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଘୋଷଣା କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.