News portal website
before header
[URIS id=5393]

ଜନ୍ମ ମାଟିରେ ସରିଲା କାଳିଆର ଶେଷକୃତ୍ୟ

0 221

ଭୁବନେଶ୍ବର: 

ତା-୨୬-୧୧-୨୦୨୦

ବହୁ ଚର୍ଚ୍ଚିତ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ମଧ୍ୟରୁ ଗତକାଲି କାଳିଆ ମୃତ୍ୟୁ ବରଣ କରିଥିବା ବେଳେ ଆଜି ଶେଷକୃତ୍ୟ ସରିଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ମିଲୁପଡାରେ ପରିବାର ବର୍ଗଙ୍କ ସମେତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓଙ୍କ ଉପସ୍ଥିତିରେ ତାର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୯ଟା ୧୦ ମିନଟରେ କାଳିଆର ମୃତ୍ୟୁ ହୋଇଥିବା ନେଇ SCBର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କ ସୂଚନା ଦେଇଥିଲେ। ଗତ ସପ୍ତାହେ ଧରି କାଳିଆର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା । ଶେଷରେ ସେ ସେପଟିସେମିଆରେ ଆକ୍ରାନ୍ତ ହୋଇ  ଚିକିତ୍ସାଧୀନ ଥିଲା। କାଳିଆର ଶେଷକୃତ୍ୟ ନିମନ୍ତେ ଗତକାଲି ତା ମୃତଦେହକୁ ବାପାମା’ ନେଇ ଆମ୍ବୁଲାନ୍ସ ଯୋଗେ ଗାଁ ଅଭିମୁଖେ ଯାଇଥିବା ବେଳେ ଜଗା କଟକ ବଡମେଡିକାଲରେ ଚିକିତ୍ସାଧୀନ ରହିଛି। ରାଜ୍ୟ ସରକାରଙ୍କ ସହଯୋଗରେ କଟକ ବଡ଼ ଡାକ୍ତରଖାନାରେ ସେମାନଙ୍କ ପରୀକ୍ଷା ନିରୀକ୍ଷା ପରେ ୨୦୧୭ରେ ସେମାନଙ୍କୁ ଏମ୍ସ ପଠାଯାଇଥିଲା। ନୂଆଦିଲ୍ଲୀସ୍ଥିତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସିତ ହେଉଥିବା ଜଗା-କାଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧ କୋଟି ଟଙ୍କା ମଞ୍ଜୁର କରିଥିଲେ।

ଏହା ପରେ ଦିଲ୍ଲୀ ଏମ୍‌ସରେ ୨୦୧୭ ଜୁନ୍ ମାସରେ ଉଭୟଙ୍କୁ ସଫଳତାର ସହ ପୃଥକ କରାଯାଇଥିଲା । ପ୍ରାୟ ୨ବର୍ଷ ଧରି ଏମ୍‌ସରେ ଚିକିତ୍ସାଧୀନ ରହିବା ପରେ ଗତବର୍ଷ ସେମାନେ ଓଡ଼ିଶା ଫେରିଥିଲେ ।କଟକ ଏସସିବି ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍। ଏଠାରେ  ଜଗା ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିଲା। ହେଲେ କାଳିଆର ସ୍ୱାସ୍ଥ୍ୟା ଅବସ୍ଥାରେ ଉନ୍ନତି ଘଟୁନଥିଲା। ତାକୁ ମଝିରେ ମଝିରେ ଆଇସିୟୁରେ ରଖାଯାଉଥିଲା। ତେବେ ଗତ ଦୁଇ ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଶେଷରେ ଗତକାଲି ଆଖି ବୁଜିଛି କାଳିଆ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.