News portal website
before header
[URIS id=5393]

ଆସୁଛି ବାତ୍ୟା, ଓଡ଼ିଶା ଉପରେ ନାହିଁ ବିପଦ

0 171

ଭୁବନେଶ୍ୱର:

ତା-୨୩-୧୧-୨୦୨୦

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ଅଧିକ ଘନୀଭୂତ ହେଉଛି। ଆସନ୍ତା ୨୪ ଘଣ୍ଟାରେ ଅବପାତ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ। ସାଇକ୍ଲୋନିକ ଷ୍ଟର୍ମ ପରେ ଉତ୍ତର-ପଶ୍ଚିମକୁ ମୁହାଁଇବା ସମ୍ଭାବନା ରହିଛି। ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ ଓ ମାମଲାପୁରମ ମଧ୍ୟରେ ଗତି କରିବ ପୂର୍ବାନୁମାନ କରାଯାଇଛି।

ଆସନ୍ତା ୨୫ ତାରିଖ ମଧ୍ୟାହ୍ନରେ ଭୀଷଣ ବାତ୍ୟା ଆଶଙ୍କା କରାଯାଇଛି। ୧୦୦ରୁ ୧୧୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ। ୨୫-୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୬ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ୨୫ ତାରିଖ ଯାଏଁ ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।

www.austinnews.in

Leave A Reply

Your email address will not be published.