ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅଚ୍ୟୁତବସନ୍ତ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଚ୍ୟୁତବସନ୍ତ-ଗଡ଼ ଗ୍ରାମର ରାଜକିଶୋର ମହାନ୍ତି ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି।ତାଙ୍କର ବୟସ ୪୨ ବର୍ଷ ଅଟେ।ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ହୋଇ ରୋଗଶଯ୍ୟାରେ ପଡିରହିଛନ୍ତି।

ରାଜକିଶୋର ଏକମାତ୍ର ରୋଜଗାର କ୍ଷମବ୍ୟକ୍ତି ଥିବା ବେଳେ ପରିବାରରେ ପତ୍ନୀ ଓ ୪ଟି ପୁଅଝିଅ ଅଛନ୍ତି ।ଖବର ପାଇ ବଡ଼ଚଣା ବିକାଶ ପରିଷଦର ପ୍ରତିଷ୍ଠାତା ତଥା ସମାଜସେବୀ ଚିନ୍ମୟ ପ୍ରଧାନ ଓ ସଭ୍ୟ ଅମରେନ୍ଦ୍ର ମହାପାତ୍ର, ପ୍ରକାଶ ମହାପାତ୍ର, ସୁମନ୍ତ ଜେନା ଗତକାଲି ରାଜକିଶୋରଙ୍କ ଘରେ ପହଞ୍ଚି ଥିଲେ।ଦୀର୍ଘ ସମୟ ଧରି ତାଙ୍କ ପରିବାର ବର୍ଗଙ୍କ ସହ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆଲୋଚନା କରଥିଲେ।ରାସନ ସାମଗ୍ରୀ,ପାଠପଢ଼ା ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ |ଆଗାମୀ ଦିନରେ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରଶାସନ ସହ ଆଲୋଚନା କରିବେ ବୋଲି ଚିନ୍ମୟ ପ୍ରଧାନ କହିଛନ୍ତି।
