News portal website
before header
[URIS id=5393]

ପ୍ରଧାନ ଶିକ୍ଷୟତ୍ରୀଙ୍କ ବିସ୍ଫୋରକ ବୟାନ!

0 64

ବହୁ ଚର୍ଚ୍ଚିତ ଫାଇଭ ଟି ରଇପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଜମିରୁ ବେଆଇନ ରୂପେ ମାଟି ଉଠାଣକୁ ନେଇ ଲାଗିଛି ଜୋରିମାନା, ଜୋରିମାନା ରାଶି ଏକଲକ୍ଷ ଏକସ୍ତରୀ ହଜାର ଚାରିସହ ଦୁଇ ଟଙ୍କା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ଜେନାଙ୍କ ଉପରେ ଲାଗୁ କରାଯାଇଥିବାର ଦର୍ଶଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଦର୍ପଣ ତହସିଲ ମୁଷାଟିକିରି ଆରଆଇ ସର୍କଲ ଅଧୀନରେ ଯାଉଥିବା ମୂଷାଟିକିରି ମୋୖଜାର ପ୍ଲଟ ନମ୍ବର -୩୪୧୫,ଖାତା ନମ୍ବର-୧୩୫୪ ର ଏକ ଏକର ଦଶ ଡ଼ିସିମିଲ ଜମିରୁ କିଛିଦିନ ତଳେ ମାଟି ଚୋରା ଚାଲାଣ ହୋଇଥିଲା।ଯାହାକୁ ନେଇ ଗ୍ରାମବାସୀ ଓ ପଞ୍ଚାୟତ ପ୍ରତିନିଧି ଅଭିଯୋଗ କରିବା ପରେ ମାଟି ତଡା ବନ୍ଦ ହୋଇଥିଲା।

ପ୍ରାୟ ଚାରି ଗୁଣ୍ଠ ଜମିରୁ ମାଟି ଚୋରା ଚାଲାଣ ହୋଇଥିବାର ଖବର ପାଇ ମୂଷାଟିକିରୀ ଆରଆଇ ସତ୍ୟ-ସୁନ୍ଦର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ତହସିଲଦାରଙ୍କୁ ରିପୋର୍ଟ କରିଥିଲେ।ଆରଆଇଙ୍କ ରିପୋର୍ଟ ଆଧାରରେ ଗତ ଏଗାର ତାରିଖରେ ଚିଠି ନମ୍ବର-୩୧୨୭ ରେ ବିଦ୍ୟାଳୟର କତ୍ତୃପକ୍ଷ ବିଜୟାଲଷ୍ମୀ ଜେନାଙ୍କୁ ସ୍କୁଲ ଜମି ରୁ ମାଟି ଚୋରି ଘଟଣାରେ ଦାୟୀ କରି ଏକ ଲକ୍ଷ ଏକସ୍ତରୀ ହଜାର ଚାରି ଶହ ଦୁଇ ଟଙ୍କା ଜୋରିମାନା ନୋଟିସ ତହସିଲଦାର ଜାରିକରିଛନ୍ତି।

ଉକ୍ତ ଜମିରୁ ୭୭୪ ଘନମିଟର ମାଟି ନ ଥିବା ବେଳେ,ରୟାଲଟି ବାବଦକୁ ସତେଇସ ହଜାର ନବେ,ଅତିରିକ୍ତ ଦେୟ ଚଉତିରିଶ ହଜାର ଆଠ ଶହ ତିରିଶ,ଡିଏମଫ ଶୁଳ୍କ ଆଠ ହଜାର ଶହେ ସତେଇସ,ଇଏମଫ ଶୁଳ୍କ ଏକ ହଜାର ତିନି ଶହ ପଞ୍ଚାବନ ଓ ଜୋରିମାନା ବାବଦକୁ ଏକ ଲକ୍ଷ ଟଙ୍କା ଲାଗୁ କରାଯାଇଥିବାର ଦର୍ଶାଯାଇଛି।ଯାହାର ଏକକିତା ନକଲ ଆରଆଇଙ୍କୁ ତହସିଲ ପ୍ରଶାସନ ପଠାଇଛି।

ଏଭଳି ଖବର ପାଇଲା ପରେ ଗ୍ରାମବାସୀ ଘଟଣାକୁ ବିରୋଧ କରିବା ସହ ଜୋରିମାନା ରାଶି ବିଦ୍ୟାଳୟ ଫଣ୍ଡସରୁ ଗୋଟିଏ ଟଙ୍କା ନ ଦେଇ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦରମାରୁ କାଟିକି ନେବାକୁ ଦାବି କରିଛନ୍ତି,ଅନ୍ୟପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବଡ଼ ଖାମଖିଆଲ ଢଙ୍ଗରେ ଦାଇତ୍ୱହୀନ ମନ୍ତ୍ୟବ୍ୟ ଦେଇଥିବାର ଦେଖିବାକୁ ମିଳିଛି।

Leave A Reply

Your email address will not be published.