News portal website
before header
[URIS id=5393]

ମାଳ-ମାଳ ସମସ୍ୟା ଘେରରେ ରଇପୁର 5 T ସରକାରୀ ଉଚ୍ଚ ବିଦ୍ୟାଳୟ!

0 560

ରଇପୁର ସରକାରୀ ଉଚ୍ଚ ବିଦ୍ୟାଳୟ ବର୍ତ୍ତମାନ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢୁଛନ୍ତି।ଯାହା ସୂଚନା ରହୁଛି Higher Secondary Education ଖୋଲିବା ପାଇଁ ସରକାରଙ୍କ ତରଫରୁ ପ୍ରସ୍ତାବ ଯାଇଛି ଓ 5T ରେ ଅନ୍ତର୍ଭୁକ୍ତ ହେଲା ପରେ ଦୁଇଟି ସ୍ମାର୍ଟ ଶ୍ରେଣୀଗୃହ,ଇ-ପାଠାଗାର, ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର ,ପୁଅ ଝିଅଙ୍କ ପାଇଁ ଭିନ୍ନ ଭିନ୍ନ Modular Toilet ,ବୃହତ ଶିଶୁ କୈନ୍ଦ୍ରିକ ପାର୍କ ଯାହା ବର୍ତ୍ତମାନ ସୁଦ୍ଧା ନିର୍ମାଣଧୀନ,ଆକର୍ଷଣୀୟ ବିଦ୍ୟାଳୟ ମୁଖ୍ୟ ଫାଟକ,ପାର୍କିଂ ଟାଇଲିରେ Approach Road ଓ ଏକକ ରଙ୍ଗରେ ସୁସଜ୍ଜିତ ବିଦ୍ୟାଳୟ ହୋଇପାରିଛି ଯାହାକି ବିଗତ ପଚାଶ ବର୍ଷ ମଧ୍ୟରେ ହୋଇପାରିନଥିଲା।

5T ମଧ୍ୟ ଶିକ୍ଷକ ସମସ୍ୟା ସମାଧାନ କରିଛି।ସମୁଦାୟ ପନ୍ଦର ଜଣ ଶିକ୍ଷକ କାର୍ଯ୍ୟରତ ଓ ପ୍ରାୟ ସମସ୍ତେ Young,Dynamic and Energetic।

କେବଳ ଅଷ୍ଟମ,ନବମ ଓ ଦଶମରେ ୨୪୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ଯାହାକି ଅତ୍ୟନ୍ତ ସୌଭାଗ୍ୟର ବିଷୟ।ଅନେକ ସ୍ଥାନରେ ଓଡିଆ ମାଧ୍ୟମ ବିଦ୍ୟାଳୟ ଘୋର ଛାତ୍ର ସଙ୍କଟ ଦେଇ ଗତି କରୁଥିବା ବେଳେ ଏହି ବିଦ୍ୟାଳୟ ଏଥିରୁ ମୁକ୍ତ।
ଗୁଣାତ୍ମକ ଶିକ୍ଷା ପ୍ରଦାନର ସ୍ବର୍ଣ୍ଣିମ ସମୟରେ ବିଦ୍ୟାଳୟ ଉପନୀତ।

ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ପାନୀୟ ଜଳ ଓ ଖେଳ ପଡିଆ ସମସ୍ୟା ଅତି ଉତ୍କଟ।ବିଦ୍ୟାଳୟର ପାଚେରୀ ଅଧିକୃତ ଜାଗା ସହ ମୂଷାଟୀକିରି ମୌଜା କଦଳା ପାଟର ଏକ ଏକର ଦଶ ଡିସିମିଲ,ନିଜସ୍ଵ ଜମି ରହିଛି ଯାହାକି ସମ୍ପ୍ରସାରିତ ଦ୍ଵିତୀୟ କ୍ୟାମ୍ପସ ପାଇଁ ଭବିଷ୍ୟତରେ ବ୍ୟବହୃତ ହୋଇପାରେ।କିନ୍ତୁ ଦୁଃଖ ଓ ପରିତାପର କଥା ସେ ପାଟ ଜମିରୁ ପ୍ରାୟ ଷୋହଳ ଡିସିମିଲ ଜମିରୁ ବହୁତ କିଛି ମାଟି ବିକ୍ରି କରିଦିଆଯାଇଛି।ତାହା ପୁଣି ବିଦ୍ୟାଳୟ ମୁଖ୍ୟଙ୍କ ବିନା ଅନୁମତିରେ।

ଏହା ଅତ୍ୟନ୍ତ ସମ୍ବେଦନଶୀଳ ଓ ତଦନ୍ତସାପେକ୍ଷ।ସେଠାରେ ମାଟି ପଡ଼ିବାର ଆବଶ୍ୟକତା ଥିବା ବେଳେ କିଏ ଏବଂ କାହିଁକି ମାଟି ଉଠାଇଲା ଏବଂ ବିକ୍ରି କରିଗଲା ତାହା ସର୍ବସାଧାରଣରେ ପ୍ରଶ୍ନ?
କିଏ ସେ ସାହସ କଲା ଓ କାହିଁକି?
ମାଟି ଉଠେଇବା ଠିକ କିମ୍ବା ଭୁଲ୍,ଯଦି ଭୁଲ ଏଠି ପାଇଁ ଦାୟୀ କିଏ?ପ୍ରକୃତରେ ଏଥିରେ କେଉଁ ମାନେ ସଂପୃକ୍ତ?

ବିଦ୍ୟାଳୟ ଅଧିକୃତ ସରକାରୀ ଜମିରୁ ମାଟି ଚିମୁଟେ ଉଠାଇବାର ଅଧିକାର ସରକାରଙ୍କ ବିନା ଅନୁମତିରେ କାହାରି ନାହିଁ।ଏମିତି ହେଲା କିପରି?ବିଦ୍ୟାଳୟର ସାର୍ବଭୌମ ସୁରକ୍ଷା ଆମର ଦାୟିତ୍ଵ ଓ କର୍ତ୍ତବ୍ୟ ମଧ୍ୟ।ପୁରାତନ ଛାତ୍ର ସଂସଦ,ବୁଦ୍ଧିଜୀବୀ,ନାଗରିକ ସମାଜ ଏ ଦିଗରେ ଗଠନାତ୍ମକ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।

ପାଠ ପଢା କଥା କାହାକୁ କହିବା ?

ଏହି ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀଙ୍କୁ ଛାଡି ବାକି ପାଞ୍ଚ-ପାଞ୍ଚ ଜଣ TGT ଶିକ୍ଷକଙ୍କୁ ଏକାବେଳେ ହେଇପାରୁଛି ଛୁଟି ମଞ୍ଜୁର।ଛୁଟିରେ ରହିବା ସେମାନଙ୍କର ଅଧିକାର।ଆମର କିଛି କହିବାର ନାହିଁ।କିନ୍ତୁ କଥା ହେଉଛି ପିଲାଟିଏ ବିଦ୍ଯାଳୟକୁ ଯିବ କାହିଁକି?କିଏ ନବ ପିଲାଙ୍କ ଦାୟିତ୍ୱ ?

ସମସ୍ତେ ନୁହଁନ୍ତି।ଏଭଳି ଅବସ୍ଥାର ମୁଳାଧାର ଜଣେ।ସେ ଜଣେ କ’ଣ ପୁରୀ ନୟାଗଡ଼ ଗଞ୍ଜାମ କି ଆଉ କୋଉ ଦୂର ଦୂରାନ୍ତରୁ ଆସିଥିବାର କି ?ଆଦୌ ନୁହଁ,ସେମାନଙ୍କ ମଧ୍ଯରୁ ଅନେକଙ୍କର ଯୋଗଦାନ ତ ଅଳପ ଦିନର।ସେମାନେ ଏଠିକା ବାବଦରେ ବେଶିକିଛି ଜାଣିନାହାନ୍ତି!ପ୍ରକୃତରେ ଯାହାଙ୍କୁ ବୁଝେଇବା କଥା ସିଏ ତ public management ଦାୟିତ୍ବରେ ଅଛନ୍ତି।ତାଙ୍କ ଅଭୟ ଆଶ୍ରୟରେ ସମସ୍ତେ ଏକପ୍ରକାର ଶରଣ ନେଇଛନ୍ତି।ଯଦି କେହି ଏଥିରୁ ବିଚ୍ଯୁତ ହେବ ତେବେ ସେ କାଳେ ଚୋଟ ଖାଇବେ।

ତେବେ ଯାହା ତାଙ୍କର ଇଛା ସେ ସେଇଆ ଅବଶ୍ଯ କରିବେ। ଆମର କିନ୍ତୁ ବିଶେଷ ଅନୁରୋଧ ଯେ ପିଲାମାନଙ୍କର ପାଠପଢାକୁ ସୁନିଶ୍ଚିତ କରନ୍ତୁ।ସେମାନଙ୍କର ଦାୟିତ୍ବ ନିଅନ୍ତୁ।ବାକି ପିଇବା ପାଣି ନାହିଁ,ପରିସ୍ରାଗାରା କି ପାଇଖାନା ଠିକ ଅବସ୍ଥାରେ ନାହିଁ

ଦଶମ ପାସ୍ certificate ପିଲାଙ୍କୁ ଶହେ କିମ୍ବା ଦୁଇଶହରେ ବିକ୍ରି ନହେଉ।ଅନୁଷ୍ଠାନର ମାଟି ପାଣି ପବନ ତଥା ଅନ୍ଯାନ୍ଯ ଆସବାବପତ୍ର ସୁରକ୍ଷିତ ରହୁ।ଅଭିଭାବକମାନଙ୍କୁ ପିଲାମାନଙ୍କୁ ଭୟ ନ ଦେଖାନ୍ତୁ।

ରଇପୁର ସରକାରୀ ଉଚ୍ଚ ବିଦ୍ଯାଳୟ ପୂର୍ବ ପରି ରହିଛି ବରଂ କଳେବର ବଢିଛି।ଏ ବର୍ଷ ଅଧିକ ପିଲା ବି ଆତ୍କୃଷ୍ଟ ହେଇ ଆସିଛନ୍ତି କାରଣ ବହୁ ଯୋଗ୍ୟ ଶିକ୍ଷକ ଏଠାରେ ଅଛନ୍ତି।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୧୦ଟାରୁ ୪ଟା ମଧ୍ୟରେ ପ୍ରତ୍ୟେକ ଦିନ ୨ ରୁ ୩ଟି ପିରିୟଡ ପାଠ ପଢାଯାଉଛି। ବାକି ପିରିୟଡ ଫାଙ୍କା।ଦିନେ ଦିନେ ତ ଗୋଟିଏ ପିରିୟଡରେ ପାଠପଢ଼ା ଶେଷ ହେଉଛି।ଆଉ କେବେ କେବେ ଶିକ୍ଷକଙ୍କର ଶ୍ରେଣୀ ପ୍ରବେଶ ବି ହେଉନାହିଁ।

ତେବେ ସବୁ ଥାଇ ଲାଭ କ’ଣ?

ପିଲାଟିଏ ବିଦ୍ଯାଳୟକୁ ଯିବ କାହିଁକି?

ପିଲାଙ୍କର ଦାୟିତ୍ୱ ନବ କିଏ ?

5T ଅନ୍ତର୍ଭୁକ୍ତ ଏହି ରଇପୁର ସରକାରୀ ବିଦ୍ୟାଳୟରେ 22-23 ଶିକ୍ଷା-ବର୍ଷରେ ନବମ ଶ୍ରେଣୀରେ ପଢୁଥିବା ଛାତ୍ର ବିବେକ ମଳିକ ପିତା-ନିରଞ୍ଜନ ମଳିକ,ପ୍ରଧାନ ଶିକ୍ଷୟତ୍ରୀଙ୍କ ଦାୟୀତ୍ବ ହୀନତା ପାଇଁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦରେ ନାମ ପଞ୍ଜୀକରଣ ଵା(Enrollment) ହୋଇ ନଥିବାରୁ ସବୁଦିନ ପାଇଁ ପାଠରେ ଡୋରି ବାନ୍ଧିବାକୁ ପଡିଛି।

ସଭିଏଁ ପଢନ୍ତୁ ସଭିଏଁ ଲେଖନ୍ତୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଥିବାବେଳେ “ବାପାର ଆଧାର” ଓ “ପିଲାର ଆଧାର “ଠିକ୍ ନାହିଁ ବୋଲି ପିଲା ଏବଂ ଅଭିଭାବକଙ୍କୁ ବୁଝାଇ ଦେବା କେତେଦୂର ଯୁକ୍ତିଯୁକ୍ତ?

ନୀରିହ ନିଷ୍ପାପ କୋମଳମତି ଛାତ୍ର ବିବେକର ଏପରି ଦୁର୍ଦ୍ଦଶା ପାଇଁ ଦାୟୀ

କିଏ?

ଘଟଣାକୁ ଚପାଇ ଦେବାପାଇଁ ,ଜଣେ ଶିକ୍ଷକ ଓ ଜୈନିକ ଗଣମାଧ୍ୟମ ପ୍ରତିନିଧି ପ୍ରଧାନ ଶିକ୍ଷୟତ୍ରୀଙ୍କ ଠାରୁ ଟଙ୍କା ୧୪୦୦ ନେଇ ପିଲା ଅଭିଭାବକକୁ ବୁଝାଇବା ଓ ଚାପ ପ୍ରୟୋଗ କରିବାକୁ ବି ପଛାଇନଥିଲେ ବୋଲି ଚର୍ଚ୍ଚା ହେଉଛି।

ବହୁ ଗୌରବର ଅଧିକାରୀଣୀ ଏହି ବିଦ୍ଯା ମନ୍ଦିରରେ କେତେ ଦିନ ଏମିତି

ଚାଲିବ?

ତା ୨୩.୦୯.୨୦୨୦ରେ ବର୍ତ୍ତମାନର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ୧୯୭୦ ଖଣ୍ଡ ଲାଇବ୍ରେରୀ ବହିର ଚାର୍ଜ ଦିଆଯାଇଥିଲା।ସେ ବହି ସବୁ ଗଲା କୁଆଡେ?ଲାଇବ୍ରେରୀ କାଟାଲଗ୍ ନିୟମ ଅନୁସାରେ ଖୁବ୍ ଶୀଘ୍ର ବହି ଗୁଡିକର ଭରଣା କରିବାକୁ ନିୟମ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ହୋଇ ପାରି ନାହଁ।

ଅନ୍ୟପଟେ ୧୯୬୦ ମସିହାରୁ ସ୍ଥାପିତ ବିଦ୍ୟାଳୟର ଲାଇବ୍ରେରୀ ଚାଳ ଛପର,ଟାଇଲ୍ ଘରେ ସମସ୍ତ ବହି ବର୍ତ୍ତମାନର ପ୍ରଧାନ ଶିକ୍ଷକ ଦାୟୀତ୍ବ ନେବା ପର୍ଯ୍ୟନ୍ତ ଅକ୍ଷୁଣ୍ଣ ଥିବାବେଳେ,କାହାର ଦାୟୀତ୍ବ ହୀନତା ପାଇଁ ବହି ଗୁଡିକ ସମ୍ପୂର୍ଣ୍ଣ ନଷ୍ଟଭ୍ରଷ୍ଟ ହୋଇଛି ତାହାର ଜବାବ ବିଦ୍ୟାଳୟ କତ୍ତୃପକ୍ଷ ନା ବିଦ୍ୟାଳୟ ମ୍ୟାନେଜିଙ୍ଗ କମିଟି କେହି ବି ଉତ୍ତର ରଖିବାକୁ ନାରାଜ।

ପାଖାପାଖି ପାଞ୍ଚ ଛଅ ଲକ୍ଷ ଟଙ୍କାର ବହିକୁ ଭରଣା କରିବାକୁ ଅଭିଭାବକ ମହଲରେ ଦାବି ଜୋର ଧରିଛି।

ପ୍ରଧାନଶିକ୍ଷୟତ୍ରୀଙ୍କୁ କୁ ପରାମର୍ଶ ଦେଉଥିବା ବ୍ୟକ୍ତି ଜଣକ ଏସବୁ କଥାକୁ ଏ କାନରେ ପୁରାଇ ଶୀଘ୍ର ସେ କାନରେ ବାହାର କରି ଦିଅନ୍ତୁ ବୋଲି ଲଗାତର ସାହାସ ଦେଇ ଚାଲିଛନ୍ତି।

କେବଳ ସେତିକି ନୁହେଁ ସବୁ କ୍ଷେତ୍ରରେ ପିସିି!
ଯେମିତିକି

ବହି କିଣାରେ
ପୋଷାକ କିଣାରେ
ଖେଳ ଉପକରଣ କିଣାରେ
ପରୀକ୍ଷାରେ ସହାୟତାରେ
Certificate ପ୍ରଦାନରେ
ଛୁଆଙ୍କ ମଧ୍ଯାନ୍ନ ଖାଇବାରେ
ପ୍ରଧାନ ଶିକ୍ଷକଙ୍କୁ ସୁରକ୍ଷା ଦେବାରେ

ବିଦ୍ୟାଳୟ ଆସବାବପତ୍ର ବିକାରେ ଏବଂ ବିନା ଅନୁମତିରେ
ମାଟି ବିକାରେ ମାତ୍ରାଧିକ ପିସି ନିଆଯାଇ ବିଦ୍ୟାଳୟକୁ ଖୋଳ କରିଦେବାକୁ ଯୋଜନା କରାଯାଉଥିବାର ସର୍ବସାଧାରଣରେ ଚର୍ଚ୍ଚା ଜୋର ହେଉଛି।

ଏହି ଘଟଣା ଗୁଡ଼କିରେ ମୁଣ୍ଡ ପୁରାଇ ବିଦ୍ୟାଳୟ ଗୌରବକୁ ବଞ୍ଚାଇବା ପାଇଁ ପୂରାତନ ଛାତ୍ର ସଂସଦ,ବିଦ୍ୟାଳୟ ପରିଚାଳନା କମିଟି,ଅଞ୍ଚଳର ବୁଦ୍ଧିଜୀବୀ ଶିକ୍ଷାବିତ୍ ମାନଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.