News portal website
before header
[URIS id=5393]

ଆଦାନୀ ଦୁର୍ନୀତିର ଜେପିସି ତଦନ୍ତ କର;CPI(M)

0 150

ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ
୩୦/୦୩/୨୦୨୩

ଗୌତମ ଆଦାନୀ ଗ୍ରୁପ କମ୍ପାନୀ ବିଶ୍ୱ ଅର୍ଥନୀତିରେ ରଚିଥିବା ମହା ଦୁର୍ନୀତିର ପର୍ଦାଫାଶ କରିବା ନିମନ୍ତେ ଯୁଗ୍ମ ସଂସଦୀୟ କମିଟି (ଜେପିସି )ଦ୍ୱାରା ତଦନ୍ତ ଦାବୀ ସହିତ ରାହୁଲ ଗାନ୍ଧୀଙ୍କ ଏମପି ସଦସ୍ୟ ପଦ ରଦ୍ଧ ଭଳି ମୋଦୀ ସରକାରଙ୍କର କୁତ୍ସିତ ରାଜନୀତି ବିରୁଦ୍ଧରେ ଆଜି ସିପିଆଇ (ଏମ ), ଭୁବନେଶ୍ୱର ତରଫରୁ ମାଷ୍ଟର କ୍ୟାଣ୍ଟିନଛକ ଠାରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l

ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରମ ବନ୍ଧୁ ଗୌତମ ଆଦାନୀ ବିଶ୍ୱ ଧନୀକ ତାଲିକାରେ ଛଅ ଶହ ତଳେ ଥିବାବେଳେ ବିଜେପିର ମୋଦୀ ଶାସନ କାଳରେ ବିଶ୍ୱର ଦୁଇ ନମ୍ବର ସ୍ଥାନରେ ପହଁଚିଛି।ହିଂଡେନବର୍ଗ ସର୍ଭେ ରିପୋର୍ଟ ଆସିବା ପରେ ରାତା ରାତୀ ଯାଇ ୩୩ ନମ୍ବର ସ୍ଥାନରେ କଚାଡି ହୋଇ ପଡିଛି l

ମନ କି ବାତ ଶୁଣାଉଥିବା ମୋଦୀଙ୍କ ଅଲିଖିତ ନିର୍ଦ୍ଧେଶ ରେ ଦେଶବାସୀଙ୍କ ଏଲଆଇସି,ଷ୍ଟେଟ ବ୍ୟାଙ୍କ, ଇପିଏଫ ସଂସ୍ଥାର ଲକ୍ଷଲକ୍ଷ କୋଟି ଟଙ୍କା ଆଦାନୀ ଠକ କମ୍ପାନୀରେ ଡୁବି ଯାଇଛି।ପ୍ରଧାନମନ୍ତ୍ରୀ ମୌନବ୍ରତ ପାଳନ କରିଛନ୍ତି lପାଆରଲିଆମେଣ୍ଟର ଉଭୟ ଗୃହ ବିରୋଧୀ ଦଳଙ୍କ ଯୁକ୍ତି ତର୍କ,ଜେପିସି ତଦନ୍ତ ଦାବୀ ଓ କକ୍ଷ ତ୍ୟାଗ ଯୋଗୁଁ ବାରମ୍ବାର ଅଚଳ ହେଉଛି l

ଏପରି ସନ୍ଧିକ୍ଷଣରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତାକୁ ସୁରତ ଜିଲ୍ଲାକୋର୍ଟ ନିର୍ଦେଶ ଆସିବା ପରେ ତତକ୍ଷଣାତ ବିନା ବିଚାରାଲୋଚାନାରେ ରଦ୍ଧ କରିଦେବା କୁତ୍ସିତ ଓ କାପୁରୁଷ ପଣିଆ,ଗଣତନ୍ତ୍ରର ହତ୍ୟା।ପ୍ରଦୀପ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଶତାଧିକ କର୍ମୀଙ୍କ ବିକ୍ଷୋଭରେ ପାର୍ଟୀର ରାଜ୍ୟ ସମ୍ପାଦକ ମଣ୍ଡଳୀ ନେତା ଜଗନ୍ନାଥ ମିଶ୍ର,ସୁରେଶ ପାଣିଗ୍ରାହୀ,ଶ୍ରମିକ ନେତା ପ୍ରଭାତ ପାଣିଗ୍ରାହୀ,ନାରୀନେତ୍ରୀ ମିନତୀ ପାଣିଗ୍ରାହୀ ପ୍ରମୁଖ ନେତୃତ୍ୱ ନେଇଥିଲେ l

Leave A Reply

Your email address will not be published.