News portal website
before header
[URIS id=5393]

ବିଜେଡି ଛାଡିଲେ;ପୂର୍ବତନ ବିଧାୟକ!

0 320

ଭୁବନେଶ୍ବର

୬-୧୧-୨୦୨୦

ବାଲେଶ୍ଵରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଆଜି ଦଳର ପ୍ରାଥମିକ ସଦସ୍ୟତା ଇସ୍ତଫା ଦେଇଛନ୍ତି । ନଭେମ୍ବର ୩ରେ ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ସେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ଗତକାଲି ଦଳରୁ ସସ୍ପେଣ୍ଡ ହୋଇଥିଲେ । ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନଥିବା, ଯାହା ଦାୟିତ୍ଵ ଦିଆଯାଇଥିଲା ଠିକ ଭାବେ ତୁଲାଇ ଥିବା ଦାସ କହିଛନ୍ତି ।

ଦଳର ସୁପ୍ରିମୋ ତାଙ୍କୁ ମତ ରଖିବାର ସୁଯୋଗ ନଦେଇ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସସ୍ପେଣ୍ଡ କରିଥିବାରୁ ସେ ଦଳରୁ ଇସ୍ତଫ ଦେଇଥିବା ଜୀବନ ପ୍ରଦୀପ ଦାସ ଆଜି ବାଲେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୨୦୦୪ରେ ଓଡ଼ିଶାରେ ବିଜେଡି- ବିଜେପି ମେଣ୍ଟ ଥିବା ସମୟରେ ସେ ପ୍ରଥମ ଥର ପାଇଁ ବାଲେଶ୍ବରରୁ ବିଜେଡି ଟିକଟରେ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହେଇଥିଲେ । ପରେ, ୨୦୦୯ ଓ ୨୦୧୪ରେ ସେ ବିଜେଡିରୁ ବିଧାନସଭାକୁ ଆସିଥିଲେ । ତେବେ, ୨୦୧୯ ନିର୍ବାଚନରେ ବିଜେପିର ମଦନ ମୋହନ ଦତ୍ତ ବାଲେଶ୍ୱର ସଦର ବିଧାନସଭା ଆସନ ତାଙ୍କ ହାତରୁ ଛଡାଇ ନେଇଥିଲେ । ଦତ୍ତଙ୍କ ଅସମୟ ମୃତୁ ଘଟିବାରୁ ଗତ ୩ ତାରିଖ ଏହି ଆସନରେ ଉପ ନିର୍ବାଚନ ହୋଇଛି ।

ଜୀବନ ପ୍ରଦୀପ ବିଜେଡ଼ିରୁ ପ୍ରାର୍ଥୀ ହେବାକୁ ଲବିରେ ଥିଲେ ମଧ୍ୟ ଦଳ ତାଙ୍କୁ ଟିକଟ ଦେଇ ନଥିଲା ।୨୦୧୯ ନିର୍ବାଚନରେ ସେ ପରାଜିତ ହୋଇଥିବାରୁ ଟିକଟ ମିଳିବ ନାହିଁ ବୋଲି କୁହାଯାଇଥିଲା । ପୂର୍ବତନ ବାଲେଶ୍ୱର ବିଜେଡ଼ି ସାଂସଦ ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀ ସୁହାସିନୀ ଜେନା ମଧ୍ୟ ଟିକଟ ଲବିରେ ଥିଲେ । ବିଜେଡ଼ି ସୁପ୍ରିମୋ ସେମାନଙ୍କୁ ମଧ୍ୟ ଟିକଟ ନଦେଇ ଜଣେ ପୂର୍ବତନ କାଉନସିଲର ସ୍ୱରୂପ ଦାସଙ୍କୁ ବିଧାୟକ ପ୍ରାର୍ଥୀ କରିବାରୁ ଦଳରେ ଅସନ୍ତୋଷ ଥିଲା । ତଥାପି ଜେନା ଦମ୍ପତ୍ତି ଓ ଦାସ ନିର୍ବାଚନ ପ୍ରଚାରରେ ଭାଗ ନେଇଥିଲେ ।ଜେନା ସଫଳତାର ସହ ନିଜ ଅସନ୍ତୋଷକୁ ଦବାଇ ଥିଲେ ମଧ୍ୟ ଦାସ ତାହା କରିପାରି ନଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି ବୋଲି ଚର୍ଚ୍ଚା ଚାଲିଛି।

ବାଲେଶ୍ୱର ଆସନ ପୁନର୍ବାର ଦତ୍ତ ପରିବାର ହାତକୁ ଚାଲିଯିବା ଆଶଙ୍କାରେ ଜୀବନ ପ୍ରଦୀପ ଙ୍କୁ ବଳି ପକାଯାଇଥିବା ଚର୍ଚ୍ଚା ହେଉଛି । ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ଏହି ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ରହିଛନ୍ତି । ୧୦ ତାରିଖ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।

www.austinnews.in

https:/www.facebookaustinnews.in

https:/www.youtubeaustinnews.in

https:/www.twitter @AustinNewsMedia

Leave A Reply

Your email address will not be published.