ପୁଣି ରାଜ୍ୟରେ ୧୧ଶହ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୭୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ସଙ୍ଗରୋଧରୁ ୬୯୦, ସ୍ଥାନୀୟ ସଂକ୍ରମିତ ୪୮୮ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୧୪୬ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧାରୁ ସର୍ବାଧିକ ୨୫୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୯୪, କଟକ ୧୦୪, ସମ୍ବଲପୁର ୧୧୧, ମୟୁରଭଞ୍ଜରୁ ୯୭, କଳାହାଣ୍ଡିରୁ ୩୨ ପଜିଟିଭ୍ ଚିହ୍ନଟ । ଅନ୍ୟପକ୍ଷରେ ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୭,୨୪୫ ।

