News portal website
before header
[URIS id=5393]

ସରିଲା ଉପନିର୍ବାଚନ;”ଇଭିଏମ”ରେ ସିଲ ପ୍ରାର୍ଥୀଙ୍କ ଭାଗ୍ୟ!

0 244

ଭୁବନେଶ୍ବର

ତା-୦୩-୧୧-୨୦୨୦

ରାଜ୍ଯର ଦୁଇ ଦୁଇଟି ନିର୍ବାଚନ ମଣ୍ଡଳୀରେ ଶେଷ ହେଲା ଉପନିର୍ବାଚନ।ବାଦ ବିବାଦ, ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି ମଧ୍ଯରେ ପ୍ରଚାର ସରିଥିବା ବେଳେ ଆଜି ଭୋଟ ଗ୍ରହଣ ସରିଯାଇଛି। ଏ ନେଇ ନିର୍ବାଚନ କମିସନର ସୂଚନା ଦେଇଛନ୍ତି।

ତେବେ ବାଲେଶ୍ୱରର ସଦର ହେଉ କି ଜଗତସିଂହପୁର ଜିଲ୍ଲା ର ତିର୍ତ୍ତୋଲ ହେଉ, ଦୁଇଟି ଯାକ ସିଟ ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ କଂଗ୍ରେସ ପାଇଁ ଦଳର ସ୍ଥିତି ପରଖିବାର ସମୟ।

ଏହି ନିକଟ ଅତୀତରେ ଯେତେଥର ଉପନିର୍ବାଚନ ହୋଇଛି ଅପ୍ରତ୍ୟାଶିତ ଭାବେ ବିଜୁ ଜନତା ଦଳ ବିଜୟ ଲାଭ କରିଛି। ଚଳିତ ଥର ମଧ୍ଯ ବିଜୁ ଜନତା ଦଳର ପାଖାପାଖି ଛଅ ଡଜନ ବିଧାୟକ ଓ ମନ୍ତ୍ରୀ ଦୁଇଟି ଯାକ ସିଟ ହାତେଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ଅନ୍ଯପଟେ ଦଳ ମଧ୍ଯର ଆଭ୍ଯନ୍ତରୀଣ ଗୋଷ୍ଠୀ କନ୍ଦଳ ମଧ୍ଯ ବେଶ ମୁଣ୍ଡ ବିନ୍ଧାର କାରଣ ହୋଇଛି।

ଆଜି ଠାରୁ ଭୋଟ ଗଣତି ପର୍ଯ୍ୟନ୍ତ ଇଭିଏମ ଭିଭିପ୍ୟାଟ ରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ବାସ୍ତବିକ ବିଜୟ କେଉଁ ମାନେ କରୁଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।

www.austinnews.in

https:/www.facebookaustinnews.in

https:/www.youtubeasutinnews.in

https:/www.twitter @AustinNewsMedia

Leave A Reply

Your email address will not be published.