News portal website
before header
[URIS id=5393]

କାଶୀପୁରରେ ଦେଖାଦେଲା ‘ଭିବ୍ରିଓ କଲେରା’

0 167

ରାୟଗଡ଼ ଜିଲ୍ଲାର କାଶୀପୁର ଅଞ୍ଚଳରେ ଓହଇଜା ବ୍ୟାପିଥିବା ଜଣାପଡିଛି। ତେବେ ଏହା ‘ଭିବ୍ରିଓ କଲେରା’ ବୋଲି RMRC ରିପୋର୍ଟ ଦେଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ଶେଷଥର ପାଇଁ ୨୦୧୭ ମସିହାରେ ଏହି ରୋଗ ଚିହ୍ନଟ ହୋଇଥିବା ବେଳେ ୫ ବର୍ଷ ପରେ ଏବେ ପୁଣି ଥରେ ଏହା ମୁଣ୍ଡ ଟେକିଛି। ଜିଲ୍ଲାପାଳ ସ୍ୱଧାଦେବ ଦେବ ସିଂ କହିଛନ୍ତି ଯେ, ଗତ କିଛି ଦିନ ଧରି କାଶୀପୁରରେ ହେଉଥିବା ଝାଡ଼ାବାନ୍ତି ହଇଜା ବୋଲି ଚିହ୍ନଟ ହୋଇଛି। ଏଥିପାଇଁ ସବୁ ପଦକ୍ଷେପ ନିଆଯିବ। କାଶୀପୁର ଅଞ୍ଚଳରେ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବ । ହଇଜା ସଂକ୍ରମିତ ଅଞ୍ଚଳ ବାସିନ୍ଦାଙ୍କୁ ଦୈନିକ ୪ ଥର ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ।ଏତଦ୍ ବ୍ୟତୀତ ଏକ ହେଲପ୍‌ ଲାଇନ୍ ନଂ ୯୪୩୭୪୪୮୭୪୭ ଜାରି କରାଯାଇଛି। ଅସୁସ୍ଥମାନେ ନିଜେ ହସ୍ପିଟାଲ ଆସି ନ ପାରିଲେ ତୁରନ୍ତ ଏହି ନମ୍ବରରେ ଫୋନ୍‌ କଲେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଅଣାଯିବା ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। 

Notice
Leave A Reply

Your email address will not be published.