ବ୍ରହ୍ମପୁର ସହରରେ ବାଧ୍ୟତାମୂଳକ ହେଲା ମାସ୍କ। ଜନଗହଳିପୂର୍ଣ୍ଣ ଅଞ୍ଚଳ, ପାର୍କ, ମନ୍ଦିର, ଓପନ ଜିମ୍ ସହ ବଜାରରେ ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ।ରାଜ୍ୟରେ ଏବେ ଦୈନିକ ହଜାରେ ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ କଡ଼ା ନିୟମ ଲାଗୁ କରିଛି ବ୍ରହ୍ମପୁର ମହାନଗର ନିଗମ। ଗାଇଡଲାଇନ୍ ଅନୁଯାୟୀ, ଏଣିକି ସର୍ବ ସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପଡ଼ିବ। ସପିଂ ମଲ୍, ଦୋକାନରେ NO MASK, NO ENTRY, NO MASK , NO GOODS ଲେଖାଯିବ । ମାସ୍କ ନ ପିନ୍ଧିଲେ ମିଳିବନି ପେଟ୍ରୋଲ । ସରକାରୀ ଓ ଘରୋଇ ଅଫିସ୍ରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡ଼ିବ । ଧର୍ମାନୁଷ୍ଠାନ, ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ପାଳନ କରିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି।

