News portal website
before header
[URIS id=5393]

ଗୋ ସୁରକ୍ଷାକାରୀଙ୍କୁ ଗୁଳିମାଡ଼।

0 410

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର

ତା-୨୧-୦୫-୨୦୨୨

ଗୋ ସୁରକ୍ଷାକାରୀଙ୍କ ଉପରେ ଗୁଳିମାଡ଼ କଲେ ଗୋ ଚାଲାଣକାରୀ ବେଗୁନିଆ ଟୋଲ ଗେଟ ପାଖରେ ଘଟିଛି ଗୁଳିକାଣ୍ଡ ।ଗୁଳି ଖାଇଥିବା ବ୍ଯକ୍ତି ବଜରଙ୍ଗ ଦଳ ଓ ଦେବ ସେନା ସଦସ୍ୟ ବୋଲି ସୂଚନା ରହିଛି ।ଘଟଣା ସ୍ଥଳରୁ ଗୋରୁ ବୋଝେଇ ଟ୍ରକ ଜବତ ହୋଇଛି ।କରଞ୍ଜିଆ ଏସଡିପିଓ ସମେତ ଯଶୀପୁର ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି ।

ସୂଚନା ଅନୁସାରେ, ଗୁଳିମାଡ଼ ହୋଇଥିବା ୨ ବ୍ୟକ୍ତି ହେଲେ ଶଶିକାନ୍ତ ବେହେରା, ଦୀପକ କୁମାର ସାହୁ ।ଶଶିକାନ୍ତ ୨ ଜଙ୍ଘ ଓ ଆଣ୍ଠୁକୁ ମିଶାଇ ୫ ରାଉଣ୍ଡ ଗୁଳି ବାଜିଥିବା ବେଳେ ଦୀପକ ସାହୁ ନାମକ ବ୍ୟକ୍ତିଙ୍କ କେବଳ ହାତରେ ଗୋଟିଏ ଗୁଳି ବାଜିଛି।ସେହିପରି ଏକା ସାଙ୍ଗରେ ୭ଟି ଟ୍ରକରେ ଗୋଚାଲାଣ ହେଉଥିବା ବେଳେ ଗୋଟିଏ ଟ୍ରକ ଜବତ ହୋଇଛି । ଏହି ଟ୍ରକରେ ୬୫ରୁ ଅଧିକ ଗୋ ଚାଲଣ ହେଉଥିବା ସୂଚନା ରହିଛି । ଗୁଳିମାଡ଼ ଘଟଣାରେ ୧୧ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମାରଣାସ୍ତ୍ର ସହ ୩ଟି ସ୍କର୍ପିଓ, ଗୋଟିଏ ବୋଲେରୋ ଗାଡ଼ି ଜବତ କରିଛି ପୋଲିସ ।

Leave A Reply

Your email address will not be published.