News portal website
before header
[URIS id=5393]

ବନ୍ଧୁକ ଦେଖାଇ ଅପହରଣ ଉଦ୍ୟମ ବେଳେ ଅନନ୍ତ ନାରାୟଣ ଗିରଫ!

0 2,174

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର

ତା-୨୦-୦୫-୨୦୨୨

  ବଡ଼ଚଣାର ବିଜେଡି ନେତା  ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଗିରଫ ।ରେଭେନ୍ୟୁ ଇନସପେକ୍ଟର (RI)ଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିବା ସହ ଅପହରଣ ଉଦ୍ୟମ ଘଟଣାରେ ଗିରଫ କରିଛି ବାଲିଚନ୍ଦ୍ରପୁର ପୋଲିସ । ସୂଚନା ଅନୁଯାୟୀ ଏକ ଜାଲ ପ୍ରମାଣ ପତ୍ର ପ୍ରସ୍ତୁତ କରିବାକୁ RIଙ୍କୁ ବାଧ୍ୟ କରୁଥିଲେ ଅନନ୍ତ ।

RI ମନା କରିବାରୁ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ଅପହରଣ ଉଦ୍ୟମ ମଧ୍ୟ କରିଥିଲେ । ଥାନାରେ ଏତଲା ପରେ ବାଲିଚନ୍ଦ୍ରପୁର ଥାନା ପୋଲିସ ତାଙ୍କୁ ଗିରଫ କରିଛି । ପୂର୍ବରୁ ମଧ୍ୟ ବାଲିଚନ୍ଦ୍ରପୁର ଥାନାରେ ୨ଟି ପୋଲିସ ଗାଡ଼ି ପୋଡ଼ି ଘଟଣାରେ ଗିରଫ ହୋଇଥିଲେ ଅନନ୍ତ ନାରାୟଣ ଧଳ ।

Leave A Reply

Your email address will not be published.