ପ୍ରାଥମିକ ସମବାୟ ସମିତିରେ ଯେଉଁମାନେ ପଞ୍ଜୀକୃତ ଅଛନ୍ତି, ଋଣ ନେଇଛନ୍ତି ସେମାନେ ହିଁ ଭୋଟର ଭାବେ ଭୋଟଦାନ କରିବେ।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର
ତା-୦୯-୦୪-୨୦୨୨
ଆସନ୍ତା ଜୁନରେ ରାଜ୍ୟରେ ସମବାୟ ନିର୍ବାଚନ ହେବାକୁ ଯାଉଛି । ଏନେଇ ସମବାୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଜୁନ ୧୯ ଓ ଜୁନ ୨୬ରେ ପ୍ରାଥମିକ ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।ଗତ ମାର୍ଚ୍ଚ ୩୦ରେ ଏ ସଂକ୍ରାନ୍ତରେ ରାଜ୍ୟ ସମବାୟ ନିର୍ବାଚନ କମିଶନ ଏନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ।
ଓଡ଼ିଶା ସମବାୟ ଆଇନର ୧୯୬୨ର ନୀତି ଆଧାରରେ ଏହି ନିର୍ବାଚନ ଅନୁଷ୍ଠିତ ହେବ।ଫଳରେ ପୁଣି ରାଜନୈତିକ ତାତି ବଢ଼ିଯାଇଛି । ସମବାୟଗୁଡ଼ିକରେ ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ବହୁଦିନ ହେଲା ସରିଯାଇଛି।ସମବାୟ ନିର୍ବାଚନ କରାଯାଉନଥିବାରୁ ସରକାରଙ୍କୁ ବିଭିନ୍ନ ଆଡ଼ୁ ସମାଲୋଚନା ହେବାକୁ ପଡୁଥିଲା।ସମବାୟ ସମିତିରେ ଯେଉଁମାନେ ପଞ୍ଜୀକୃତ ଅଛନ୍ତି, ଋଣ ନେଇଛନ୍ତି ସେମାନେ ହିଁ ଭୋଟର ଭାବେ ଭୋଟଦାନ କରିବେ।
ପ୍ରାଥମିକ ସମବାୟ ସମିତି ନିର୍ବାଚନ ଶେଷ ହେବାପରେ ଜିଲ୍ଲା ସମବାୟ ସମିତି ଓ ରାଜ୍ୟ ସମବାୟ ସମିତିର ନିର୍ବାଚନ କରାଯିବ । ବିଶେଷକରି ଚାଷୀମାନେ ସମବାୟ ସମିତିରେ ଭୋଟର ଥିବାରୁ ଏହି ନିର୍ବାଚନ ବେଶ ମହତ୍ୱପୂର୍ଣ୍ଣ ।
