ଅଷ୍ଟିିନ ନ୍ୟୁଜ୍/ଭୁବନେଶ୍ୱର

ତା-୧୦-୦୩-୨୦୨୨
ପ୍ରତି ବର୍ଷ ଭଳି ଚଳିତ ବର୍ଷ କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ “ଝିଅ ବଞ୍ଚାନ୍ତୁ,ଝିଅ ପଢାନ୍ତୁ” କାର୍ଯ୍ୟକ୍ରମ ଉତ୍କଳ ରଙ୍ଗମଞ୍ଚ, ଜୟଦେବ ବିହାର, ଠାରେ ୧୩.୩.୨୨ ରିଖ (ରବିବାର) ସକାଳ ୧୦ଘଟିକାରେ ଅନୁଷ୍ଠିତ କରାଯିବ।ଚଳିତ ବର୍ଷ କଳିଙ୍ଗ ରତ୍ନ ସମ୍ମାନ “ଡ ଅଶୋକ ମହାପାତ୍ର”, “ପଣ୍ଡିତ ଦାଶରଥି ସାମନ୍ତରାୟ” ଓ “ମଧୁସ୍ମିତା ମହାନ୍ତିଙ୍କୁ ଦେବାକୁ ନିଷ୍ପତି ନେଇଛି ଟ୍ରଷ୍ଟ।
ଏହି କାର୍ଯ୍ୟକ୍ରମରେ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସମାଜ ସେବାର ଅବଦାନ ନିମନ୍ତେ “ସେବା ଗୌରବ ସମ୍ମାନ” ରେ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ମଧ୍ଯ ନିଆଯାଇଛି।ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଯୋଗ ଦେଇ ଉତ୍ସାହିତ କରିବାକୁ ବିନମ୍ର ଅନୁରୋଧ ଜଣାଇଛନ୍ତି କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଚେୟାରମ୍ୟାନ ଡ. ନାରାୟଣ ମହାପାତ୍ର।

