ନିର୍ବାଚନ ପ୍ରଚାରକୁ କେନ୍ଦ୍ର କରି ସାଉଡିଆ ପଞ୍ଚାୟତରେ ଗଣ୍ଡଗୋଳ;ଗୋଟିଏ ପକ୍ଷ ଥାନାର ଦ୍ବାରସ୍ଥ।

ଅଷ୍ଟିନ୍ ନ୍ଯୁଜ/ବଡଚଣା
ତା-୧୨-୦୨-୨୦୨୨
ବଡଚଣା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି;ନିର୍ବାଚନ ହିଂସା।ମାଇକ ପ୍ରଚାରକୁ କେନ୍ଦ୍ର କରି ସାଉଡିଆ ପଞ୍ଚାୟତରେ ବିଜେଡି ସମର୍ଥିତ ଏବଂ ବିଜେପି ସମର୍ଥିତଙ୍କ ପାଟିତୁଣ୍ଡ ହେବା ସହ ମାଡଗୋଳ ହେଇଥିବା ଜଣାପଡିଛି।
ଏହି ଘଟଣାରେ ବିଜେପି ସମର୍ଥନରେ ନିର୍ବାଚନ ଲଢୁଥିବା ଶ୍ରୀଯୁକ୍ତ ଜଗନ୍ନାଥ ଖଣ୍ଡାଇଙ୍କ ପୁତୁରା ବିବେକାନନ୍ଦ ଖଣ୍ଡାଇ ମାଡ ଖାଇଥିବା ଜଣାପଡିଛି।ଏହି ପଞ୍ଚାୟତର କାଜଲ କିରଣ ପ୍ରଧାନ ତାଙ୍କୁ ମାରିଥିବା ସହ ଧମକ ଦେଇଛନ୍ତି ବୋଲି ଥାନାରେ ଏତଲା ଦେବା ସହ, ନ୍ଯାୟ ଭିକ୍ଷା କରିଛନ୍ତି।
