ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୧୧-୦୨-୨୦୨୨
ବିଜେଡି ବିଧାୟକ ବିଜୟଶଙ୍କର ଦାସଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଏବେ ସୋଶିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି।ଜଗତସିଂହପୁର ଜିଲ୍ଲା ରାଜନୀତି ସରଗରମ ହୋଇପଡିଛି।ବିଧାୟକ ଶ୍ରୀ ଦାସଙ୍କର ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋଗୁଡ଼ିକ ଗତ କିଛିଦିନ ଧରି ଭାଇରାଲ ହେଉଛି। ତେବେ ବିଧାୟକ ଶ୍ରୀ ଦାସ ଏଭଳି ଫଟୋ ତାଙ୍କର ନୁହେଁ ବୋଲି ସିଧାସଳଖ ଫାଙ୍କି ଦେବା ପରୋକ୍ଷରେ ଆଉ ଏକ ମମିତା ମେହେର ମାମଲାର ପୁନରାବୃତ୍ତି ହେବାର ଆଶଙ୍କା ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ଆସନରୁ ବିଜେଡି ଟିକେଟରେ ବିଧାୟକ ଭାବେ ତାଙ୍କ ପୁଅ ବିଜୟଶଙ୍କର ନିର୍ବାଚିତ ହୋଇଛନ୍ତି।

