News portal website
before header
[URIS id=5393]

ମାଓବାଦୀଙ୍କ ଲ୍ୟାଣ୍ଡମାଇନରେ ପାଦ ଦେଇ ପ୍ରାଣ ହରାଇଲେ ସାମ୍ବାଦିକ!

0 284

କଳାହାଣ୍ଡି/ଅଷ୍ଟିନ ନ୍ଯୁଜ

ତା-୦୬-୦୨- ୨୦୨୨

ଅତ୍ୟନ୍ତ ଦୁଃଖଦ ଖବର।କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଅଞ୍ଚଳରେ ଧରିତ୍ରୀ ଖବରକାଗଜର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କର ମାତ୍ର ୪୬ବର୍ଷ ବୟସରେ ଗତକାଲି ଏକ ଦୁଃଖଦ ପରିସ୍ଥିତିରେ ନିଧନ ଘଟିଛି ।

ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ସ୍ଥାନୀୟ ଲୋକଙ୍କୁ ଆହ୍ଵାନ ଦେଇ ଲାଗିଥିଲା ମାଓପୋଷ୍ଟର।ଦୁଲେନ କର୍ଲାଖୁଣ୍ଟା ପୋଲ ଦେହରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କେକେବିଏନ ଡିଭିଜନ ମାଓବାଦୀଙ୍କ ଦ୍ବାରା ଏକ ପୋଷ୍ଟର ଲାଗିଥିବା ସମ୍ପର୍କରେ ଖବରପାଇ ସେଠାକୁ ଯାଇଥିଲେ ରୋହିତ।ଖବର ସଂଗ୍ରହ ପାଇଁ ଯାଇ ନିଜର ବାଇକ୍ ପାର୍କିଂ କରିବା ବେଳେ ଅଜାଣତରେ ମାଓବାଦୀ ମାନେ ସେଠାରେ ଖଞ୍ଜିଥିବା ଲାଣ୍ଡ ମାଇନ ଉପରକୁ ସେ ଚାଲିଯିବା କାରଣରୁ ହଠାତ ବିସ୍ପୋରଣ ହୋଇଥିଲା ।ଫଳରେ ସେ ବାଇକ ସହ ଛିଟିକି ପଡିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟି ଯାଇଥିଲା ।

ଏଭଳି ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରୋହିତ ଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିବା ସହ, ଶୋକ ବ୍ଯକ୍ତ କରିଛନ୍ତି।

ଖବର ସଂଗ୍ରହ କରିବାକୁ ଯାଇ,ସେ ନିଜେ ଖବର ପାଲଟି ଯାଇଛନ୍ତି !ସ୍ବର୍ଗତ ବିଶ୍ୱାଳଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପୂର୍ବକ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛି ଅଷ୍ଟିନ ନ୍ଯୁଜ ପରିବାର।

Leave A Reply

Your email address will not be published.