ବଡଚଣା ବ୍ଲକ ସାଉଡିଆ ପଞ୍ଚାୟତ ଅନ୍ତର୍ଗତ ସାଉଡିଆ ଗ୍ରାମର ଶ୍ରୀଯୁକ୍ତ ପ୍ରମୋଦ କୁମାର ସାମଲ ନିଜର ପ୍ରସ୍ତାବକ ଓ ସମର୍ଥକଙ୍କୁ ସାଙ୍ଗରେ ନେଇ, ସାଉଡିଆ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି, ସରପଞ୍ଚ ପଦବୀ ପାଇଁ ଆବେଦନ କରିଥିଲେ।

ସକାଳୁ ବାଲିକୁଦାସ୍ଥିତ ମାଆ ମଙ୍ଗଳା ପୀଠରେ ପୂଜାର୍ଚ୍ଚନା ଶେଷ କରି, ସମସ୍ତ ଜନସାଧାରଣଙ୍କ ଆର୍ଶୀବାଦ କାମନା କରି ପାର୍ଥୀପତ୍ର ଦାଖଲ ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି।

