News portal website
before header
[URIS id=5393]

କଟକ ନାବାଳିକା ଗଣଦୁଷ୍କର୍ମ;ସମସ୍ତ ଅଭିଯୁକ୍ତ ଗିରଫ:କମିସନର

0 638

କଟକ

ତା-୧୫-୧୦-୨୦୨୦

ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକାଙ୍କୁ  କଟକରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ କମିଶନରେଟ ପୋଲିସ୍‌ ଗିରଫ କରିଛି। ପୂର୍ବରୁ ଜଣଙ୍କୁ ଗିରଫ କରି ପୋଲିସ୍‌ ପଚରାଉଚରା ଚଳାଇଥିବା ବେଳେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା (୨୫)ଓ ରାକେଶ ରାଉତରାଉତ (୨୭) ।

ଅନ୍ୟପକ୍ଷେ, ମାମଲା ହେବାର ୨୪ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାରୁ କଟକ ଡିସିପି ପ୍ରତୀକ ସିଂହଙ୍କୁ ସାଧୁବାଦ ଜଣାଇଛନ୍ତି ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏହାସହ ଥାନା ଅଧିକାରୀ ତାପସ ପ୍ରଧାନଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ପୋଲିସ୍‌ କମିଶନର।

ଏହି ମାମଲାରେ ଶୀଘ୍ର ତଦନ୍ତ ଶେଷ କରି ଅଭିଯୋଗପତ୍ର ଦାଖଲ କରାଯିବା ସହ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। #facebookaustinnews

#youtubeaustinnews

#twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.